Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରେମ ପାଇଁ ନାଟ, ମୃତ୍ୟୁ ପୂର୍ବରୁ ହାତ କାଟି ଭିଡିଓ ଷ୍ଟାଟସ୍ ରଖିଲେ ଯୁବକ

    Share on :
    ajab-Image
    Date: May 20, 2022    Views: 3718

    ଖୋର୍ଦ୍ଧା : ଆଜି କାଲି ଯୁବପିଢି ଯୌବନରେ ପାଦ ଥାପିଲା ପରେ ପ୍ରେମର ବାସ୍ତବ ମୂଲ୍ୟ ନବୁଝି ପ୍ରେମ କରୁଛନ୍ତି । ପ୍ରେମରେ ପଡି ଏମିତି ଅନ୍ଧ ପାଲଟିଯାଉଛନ୍ତି ଯେ, ଶେଷରେ ମୂଲ୍ୟବାନ ଜୀବନକୁ ମଧ୍ୟ ଶେଷ କରିବାକୁ ପଛାଉନାହାନ୍ତି । ନିକଟରେ ଅନେକ ଜଣ ପ୍ରେମ ପାଇଁ ଆତ୍ମହତ୍ୟା କରିଥିବାବେଳେ ଆଜି ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । 

    କାଇପଦର ଧଉଳିମୁହଁ ରେଳଧାରଣା ମଧ୍ୟବର୍ତ୍ତୀ ଅଂଚଳରେ ସୌମ୍ୟରଂଜନ ପରିଡାଙ୍କ ମୃତ ଦେହ ପଡିଛି । ଯୁବକଙ୍କ ଦେହସାରା କ୍ଷତ ଚିହ୍ନ ରହିଛି । ସୂଚନା ଅନୁସାରେ ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ନିଜ ହାତକୁ କାଟି ଭିଡିଓ କରିଥିଲେ ଓ ଭିଡିଓରେ ସେ ପ୍ରେମରେ ଧୋକା ଖାଇଥିବା କହିଥିଲେ । ଏହାପରେ  ସେହି ଭିଡିଓକୁ ସେ ଷ୍ଟାଟସ୍  ଦେଇଥିଲେ ଓ ଘର ଲୋକଙ୍କୁ ଫୋନ୍ କରିଥିଲେ ଓ ତା’ପରେ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ କିପରି ସୌମ୍ୟ ରେଳଲାଇନ୍ ନିକଟକୁ ଆସିଲେ ଓ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ସେ ବାବଦରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ଏଭଳି କାଣ୍ଡ ପାଇଁ, ପରିବାରରେ ଶୋକର ଛାୟା ଖେଳିଯାଇଛି ।   

    Maximum 500 characters

    ରାଜ୍ୟ ଖବର View all

    Find Us on Facebook