Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କାହିଁକି ଗଣେଶଙ୍କ ବାହାନ ହୋଇଥିଲେ ମୂଷା ଜାଣନ୍ତୁ

    Share on :
    ajab-Image
    Date: Sep 10, 2021    Views: 3261

    ଭଗବାନ ଗଣେଶ ହେଉଛନ୍ତି ବିଦ୍ୟା ଓ ବୁଦ୍ଧିର ଦେବତା । ହିନ୍ଦୁ ଓ ସନାତନ ଧର୍ମରେ ସେ ଅଗ୍ରପୂଜ୍ର ଅଟନ୍ତି । ତାଙ୍କ ଆବାହନ ବିନା କୌଣସି ଶୁଭକାର୍ଯ୍ୟ ଆରମ୍ଭ ହୋଇନଥାଏ । ତେବେ ଭଗବାନଙ୍କୁ ଦେଖିଲେ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି, କାହିଁକି ମୂଷା ଭଗବାନ ଗଣେଶଙ୍କ ବାହାନ ହେଲା? ତେବେ ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି । ଏହି  କାହାଣୀ ମାଧ୍ୟାମରେ ଆପଣ ଏହାର କାରଣ ଜାଣିପାରିବେ । ପୌରାଣିକ କଥା ଅନୁସାରେ ସୁମେରୁ ପର୍ବତ ଉପରେ ଏକ ଆଶ୍ରମ ପ୍ରତିଷ୍ଠା କରି ଋଷି ସୌଭରି ତପସ୍ୟା କରୁଥିଲେ । ଋଷିଙ୍କ ପତ୍ନୀ ମଧ୍ୟ ସେଠାରେ ରହୁଥିଲେ । ତାଙ୍କ ନାମ ଥିଲା ମନମୋୟୀ । ସେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର, ଗୁଣବାନ ଓ ପତିବ୍ରତା ଥିଲେ । ତାଙ୍କୁ ଦେଖି ରକ୍ଷ, ଯକ୍ଷ, ଗନ୍ଧର୍ବ ଆଦି ମୋହିତ ହେଉଥିଲେ । ଗୋଟେ ଦିନ ଯକ୍ଷ ଓ ଗନ୍ଧର୍ବ ଋଷି ପତ୍ନୀଙ୍କୁ ହରଣ କରିବାକୁ ଭାବିଲେ କିନ୍ତୁ ସେ ସୌଭରି ଋଷିଙ୍କ ପତ୍ନୀ ଓ ପତିବ୍ରତା ହୋଇଥିବାରୁ ହରଣ କରିବାକୁ ତାଙ୍କ ସାହାସ ହେଲା ନାହି । କିନ୍ତୁ କ୍ରୋଞ୍ଚ ନାମରେ ଜଣେ ଦୁଷ୍ଟ ଓ ବଳଶାଳୀ ଗନ୍ଧର୍ବ ନିଜକୁ ନିୟନ୍ତ୍ରଣରେ ରଖିନପାରି ଋଷି ଆଶ୍ରମକୁ ଯାଇ ତାଙ୍କ ପତ୍ନୀଙ୍କ ହାତ ଧରି ଟାଣିଟାଣି ନିଜ ସାଙ୍ଗରେ ନେଇଯିବାକୁ ଲାଗିଲା । ଏହି ସମୟରେ ସେଠାରେ ଋଷି ସୌଭରି ପହଞ୍ଚି କ୍ରୋଧିତ ହେଲେ ଓ ଭୀଷଣ ରାଗି ଯାଇ କ୍ରୋଞ୍ଚକୁ ଅଭିଶାପ ଦେଇ କହିଲେ  ଯେ ସାରା ଜୀବନ ମୂଷା ହୋଇଯିବୁ ଓ ସର୍ବଦା ଲୁଚିକି ରହିବୁ ଓ ଚୋରି କରି ଖାଦ୍ୟ ଖାଇବୁ । ଏହାପରେ କ୍ରୋଞ୍ଚ ଋଷିଙ୍କୁ କ୍ଷମା ପ୍ରାର୍ଥନା କଲେ ଓ କାମଦେବଙ୍କ ପ୍ରଭାବରେ ତାଙ୍କ ବୁଦ୍ଧି ଭ୍ରଷ୍ଟ ହୋଇଥିଲା ବୋଲି କହିଲେ । ଏହା ଶୁଣି ଋଷି ଅଭିଶାପରେ ସୁଧାର ଆଣି କହିଲେ ଦ୍ୱାପର ଯୁଗରେ ମହର୍ଷି ପରାଶର ଗଣପତି ଗଜମୁଖ ପୁତ୍ର ରୂପରେ ପ୍ରକଟ ହେବେ । ଏହି ସମୟରେ ତୁମେ ତାଙ୍କ ବାହାନ ହେବ । ଏଥିପାଇଁ ସମସ୍ତ ଦେବତା ତୁମକୁ ସମ୍ମାନ ମଧ୍ୟ ଦେବେ । ଏହାପରେ ସେ ମୂଷାରେ ପରିଣତ ହୋଇଗଲା ତଥାପି ତା’ର କାର୍ଯ୍ୟକଳାପରେ କୌଣସି ସୁଧାର ଆସିଲା ନାହିଁ । ନିଜ ଅହଂକାର ବଳରେ ରାସ୍ତାରେ ଆସୁଥିବା ସମସ୍ତ ବସ୍ତୁକୁ ନଷ୍ଟ କରିଦେଲା । ଦିନେ ଋଷି ପରାଶରଙ୍କ ଆଶ୍ରମର ଯାଇ  ସବୁ ମାଟି ପାତ୍ର ଓ ବସ୍ତ୍ରଗୁଡିକୁ ନଷ୍ଟ କରିଦେଲା । ଏହା ଦେଖି ପରାଶର ଚିନ୍ତିତ ହେଲେ ଓ ଗଣେଶଙ୍କୁୁ ଜଣାଇଲେ । ଏହାପରେ ମୂଷାକୁ ପିଛା କରି ଭଗବାନ ଗଣେଶ ପାତାଳଲୋକରେ ମିଳିଲେ, ସେହି ସମୟରେ ମୂଷାଟି ଅଚେତ ଅବସ୍ଥାରେ ଥିଲା । କିଛି ସମୟ ପରେ ହୋସ ଆସିବା ପରେ ସେ ଗଣପତିଙ୍କୁ ପୂଜା କରିବାକୁ ଲାଗିଲା । ଏଥିରେ ପ୍ରସନ୍ନ ହୋଇ ଭଗବାନ ଗଣେଶ ତାକୁ ମାରିଲେ ନାହିଁ । ଏହାପରେ ତା ମଧ୍ୟରେ ପୁନର୍ବାର ଅହଙ୍କାର ଜାଗ୍ରତ ହେଲା ଓ ସେ ଭଗବାନ ଗଣେଶଙ୍କୁ କହିଲେ ମୋର ଆପଣଙ୍କ ଠାରୁ କିଛି ଆବଶ୍ୟକ ନାହିଁ, ଆପଣଙ୍କ ଯାହା ଦରକାର ଆପଣ ମାଗନ୍ତୁ । ଏହି ସମୟରେ ଭଗବାନ ଗଣେଶ ଅଳ୍ପ ହସି ନିଜର ବାହାନ ହେବାକୁ କହିଲେ ଓ ତତ୍କ୍ଷଣାତ ମୂଷା ତଥାସ୍ତୁ ବୋଳି କହିଲା । ସେହିଦିନଠୁ ଗଣେଶଙ୍କ ବାହାନ ମୂଷା ହେଲା ।

    Maximum 500 characters

    ସଂସ୍କୃତି View all

    Find Us on Facebook