Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କାହିଁକି ଗଣେଶଙ୍କୁ ଏକଦନ୍ତ କୁହାଯାଏ ଜାଣନ୍ତୁ

    Share on :
    ajab-Image
    Date: Sep 4, 2021    Views: 2928

    ହିନ୍ଦୁ ଧର୍ମର ସର୍ବପୂଜ୍ୟ ଦେବତା ହେଉଛନ୍ତି ଭଗବାନ ଶ୍ରୀଗଣେଶ । ଯାହାଙ୍କ ଆବାହନ ବିନା କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ । ବିଘ୍ନରାଜ, ବିନାୟକ, ଗଣଦେବତା, ପାର୍ବତୀ ନନ୍ଦନ ଭଳି ତାଙ୍କୁ ଅନେକ ନାମରେ ପୂଜା କରାଯାଏ । ସେଥିମଧ୍ୟରୁ ଏକଦନ୍ତ ହେଉଛି ଏକ ସୁନ୍ଦର ନାମ । ତାଙ୍କର ଗୋଟିଏ  ଦାନ୍ତ ଥିବାରୁ ତାଙ୍କୁ ଏକଦନ୍ତ କୁହାଯାଏ । ଏହି ଗୋଟିଏ ଦାନ୍ତ ପଛରେ ଏକ କାହାଣୀ ରହିଛି । ପୌରାଣିକ କଥା ଅନୁସାରେ ଭଗବାନ ବିଷ୍ଣୁଙ୍କ ଶ୍ରୀ ପର୍ଶୁରାମ ଅବତାରରେ ଭଗବାନ ଶିବଙ୍କ ଭକ୍ତ ଥିଲେ । ତେଣୁ ଦିନେ ସେ ଆନନ୍ଦରେ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେହି ସମୟରେ ଦ୍ୱାର ରକ୍ଷକ ଭାବେ ଭଗବାନ ଗଣେଶ କୈଳାଶପୁରକୁ ଜଗିଥିଲେ । ମହାଦେବଙ୍କୁ ଭେଟିବାକୁ ଗଣେଶ ବାଧା ଦେଲେ । ଏଥିରେ କ୍ରୋଧିତ ହୋଇ ପର୍ଶୁରାମ ଓ ଗଣେଶଙ୍କ ମଧ୍ୟରେ ପ୍ରଚଣ୍ଡ ଯୁଦ୍ଧ ହୋଇଥଲା । ଏହି ଯୁଦ୍ଧରେ ପର୍ଶୁରାମ ନିଜ ପରଶୁ ଆଘାତ କରି ଭଗବାନ ଗଣେଶଙ୍କ ଗୋଟଏ ଦାନ୍ତ ଭାଙ୍ଗି ଦେଲେ ।

    ଏହି ସମୟରେ ଗଣେଶ ଖୁବ ଜୋରରେ ଚିକôାର କରି ଉଠିଲେ । ଚିକôାର ଶୁଣି ମାତା ପାର୍ବତୀ ଓ ମହାଦେବ ସେଠାରେ ଉପସ୍ଥିତ ହେଲେ । ପର୍ଶୁରାମ ପ୍ରଭୁ ଗଣେଶଙ୍କୁ ଭଗବାନ ଶିବଙ୍କ ପୁତ୍ର ବୋଲି ଜାଣିଲା ପରେ ଆତ୍ମଗ୍ଳାନି କରି କ୍ଷମା ମାଗିଥିଲେ । କିନ୍ତୁ ଭବିଷ୍ୟତରେ କୌଣସି କାର୍ଯ୍ୟ ପାଇଁ ଏହି ଘଟଣା ବିଧି ନିର୍ଦ୍ଧିଷ୍ଟ ଥିଲା ବୋଲି ଭଗବାନ ଶିବ ପ୍ରବୋଧନା ଦେଇଥିଲେ । ଏହି ଦିନଠୁ ତାଙ୍କୁ ଏକଦନ୍ତ କୁହାଗଲା ଏବଂ ଶ୍ରୀଗଣେଶଙ୍କ ଏହି ଭଗ୍ନ ଦନ୍ତରେ ମହାଭାରତ ରଚନା ହୋଇଥିଲା ବୋଲି କୁହାଯାଏ ।

    ପ୍ରସ୍ତୁତି: ଇପ୍ସିତା ନାୟକ    

    Maximum 500 characters

    ସଂସ୍କୃତି View all

    Find Us on Facebook