Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କାହିଁକି ଗଣେଶ ହୋଇଥିଲେ ଶ୍ରେଷ୍ଠ ପୁତ୍ର

    Share on :
    ajab-Image
    Date: Sep 3, 2021    Views: 3127

    ଭଗବାନ ଗଣେଶ ହେଉଛନ୍ତି ସୁଖ ଓ ସମୃଦ୍ଧିର ଦେବତା । ତାଙ୍କୁ ବୁଦ୍ଧିର ଦେବତା ବୋଲି ମଧ୍ୟ କୁହାଯାଏ । ଏହା ପଛରେ ଏକ ବିଶେଷ କାହାଣୀ ରହିଛି । ପୌରାଣିକ କଥା ଅନୁସାରେ ଦିନେ କୈଳାସ ପର୍ବତରେ ମହାଦେବ, ମାତା ପାର୍ବତୀ ଓ ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକ ଉପସ୍ଥିତ ଥିଲେ । ଏହି ସମୟରେ ନାରଦ ଆସି ମହାଦେବଙ୍କୁ ଗଣେଶ ଓ କାର୍ତ୍ତିକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ପୁତ୍ର ବୋଲି ପଚାରିଥିଲେ । ତେଣୁ ଭଗବାନ ଶିବ ଦୁଇ ପୁଅଙ୍କୁ ପାଖକୁ ଡାକିଲେ କିହଲେ ଯିଏ ପ୍ରଥମେ ଏହି ବିଶ୍ୱ ବ୍ରହ୍ମାଣ୍ଡକୁ ଭ୍ରମଣ କରି ଆସିବ, ସେ ହିଁ ଶ୍ରେଷ୍ଠ ପୁତ୍ର ହେବ । କାର୍ତ୍ତିକଙ୍କ ବାହାନ ମୟୂର ହୋଇଥିବାରୁ ଏହା ଶୁଣି ସେ ଖୁସି ହୋଇଗଲେ । କାରଣ ସେ ଖୁବ କମ୍ ସମୟରେ ଏହି କାର୍ଯ୍ୟକୁ କରିବେ ବୋଲି ଚିନ୍ତା କଲେ । କିନ୍ତୁ ଗଣେଶଙ୍କ ବାହାନ ମୂଷା ହୋଇଥିବାରୁ ସେ ଚିନ୍ତାରେ ପଡି ମଧ୍ୟ ପରୀକ୍ଷାର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଥିଲେ । ଏହି ସମୟରେ କାର୍ତ୍ତିକ ମୟୂର ପିଠିରେ ବସି ବିଶ୍ୱବ୍ରହ୍ମାଣ୍ଡକୁ ବୁଲିବା ପାଇଁ ଚାଲିଗଲେ । କିନ୍ତୁ ଏହା ଥିଲା ଗଣେଶଙ୍କ ପାଇଁ ଚରମ ପରୀକ୍ଷା । ସେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥିବାରୁ ଏକ ଉପାୟ ସ୍ଥିର କଲେ । ସେ ଚିନ୍ତା କଲେ ଯେ ଦୁନିଆରେ ପିତା ମାତାଙ୍କ ଠାରୁ କେହି ବଡ ନାହାଁନ୍ତି ଓ ବିଶ୍ୱ ବ୍ରହ୍ମାଣ୍ଡ କହିଲେ ପିତା ମାତାଙ୍କ ପାଦ ତଳେ ଥିବା ସ୍ୱୟଂ ଧରିତ୍ରୀ । ତେଣୁ ସେ ନିଜ ପିତା ମାତାଙ୍କ ଚାରି ପାଖରେ ତିନି ଥର ବୁଲିଆସି ପ୍ରଣାମ କରି ବସିପଡିଲେ । କିଛି ସମୟ ପରେ କାର୍ତ୍ତିକ ବିଶ୍ୱ ବ୍ରହ୍ମାଣ୍ଡ ବୁଲି ଆସିଲେ । ଏହାପରେ ମହାଦେବ ଶ୍ରୀଗଣେଶଙ୍କୁ ଶ୍ରେଷ୍ଠ ପୁତ୍ର ବୋଲି ଘୋଷଣା କଲେ । ଏହା ଦେଖି ମା ପାର୍ବତୀ ଏହାର ଯଥାର୍ଥ ପଚାରିଥିଲେ । ଏହାପରେ ମହାଦେବ ନାରଦଙ୍କ ଆଡକୁ ଚାହିଁବାରୁ ନାରଦ ପରୀକ୍ଷାର ଫଳ ଯଥାର୍ଥ ବୋଲି କହିଲେ । କାରଣ ପିତାମାତାଙ୍କ ପାଦ ତଳେ ବିଶ୍ୱ ବ୍ରହ୍ମାଣ୍ଡ ରହିଥାଏ । ପିତାମାତା ହିଁ ଦୁନିଆରେ ସବୁଠୁ ଶ୍ରେଷ୍ଠ ଦେବତା ହୋଇଥାନ୍ତି । ଏହା ଚିନ୍ତା କରି ଗଣେଶ ପିତାମାତାଙ୍କ ଚାରି ପଟେ ବୁଲିଥିଲେ ବୋଲି ନାରଦ କହିଲେ । ଏହା ତାଙ୍କ ବୁଦ୍ଧିମତା ପରିଚୟ । ସେ ହି ଦିନଠୁ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଗଣେଶ ଅଗ୍ରପୂଜ୍ୟ ଦେବତା ରୂପେ ପୂଜା ପାଇବାରେ ଯୋଗ୍ୟ ବିବେଚିତ ହେଲେ ।
    ପ୍ରସ୍ତୁତି: ଇପ୍ସିତା ନାୟକ

    Maximum 500 characters

    ସଂସ୍କୃତି View all

    Find Us on Facebook