Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତ ଆସିବେ ୧୦୦ ଚିତା

    Share on :
    ajab-Image
    Date: Jan 28, 2023    Views: 4324


    ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାୀରୁ ଭାରତ ୧୦୦ରୁ ଅଧିକ ଚିତା ଆଣିବା ଲାଗି ଯୋଜନା କରୁଛି । ଫେବ୍ରୁଆରୀରେ ୧୨ଟି ଆସିବା ସମ୍ଭାବନା ରହିଛି । ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଏନେଇ ଦକ୍ଷିଣ ଆଫ୍ରିକା ସରକାରଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସଦ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୧୨ଟି ଚିତା ଛଡାଯିବ । 

    ଏହାକୁ ଦକ୍ଷିଣ ଆଫ୍ରିକା ଦେବ । ପରିବେଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ ଗତ ସପ୍ତାହରେ ସ୍ୱକ୍ଷାରିତ ଚୁକ୍ତି ମୁତାବକ ଫେବ୍ରୁଆରୀ ୧୫ ସୁଦ୍ଧା କୁନୋ ପାର୍କରେ ୭ଅଣ୍ଡିରା ଏବଂ ୫ ମାଈ ଚିତା ଛଡାଯିବ । ଏଗୁଡିକୁ ୬ମାସରୁ ଅଧିକ ଦିନ ହେଲା ସଙ୍ଗରୋଧରେ ରଖାଯାଇଛି । କିନ୍ତୁ କିଛି ସମସ୍ୟା ଥିବାରୁ ଏହା ଭାରତ ଆସିବା ବିଳମ୍ବ ହେଉଛି । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇ କୁନୋ ପାର୍କରେ ଛଡାଯାଇଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook