Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆସାମରେ ଭୂସ୍ଖଳନ; ୩ମୃତ

    Share on :
    ajab-Image
    Date: May 15, 2022    Views: 3545

    ଆସାମ: ଆସାମର ଡିମାହାସା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଜିଲ୍ଳାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏବେ ବି ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଭୂସ୍ଖଳନ ଯୋଗୁ ୧୨ଟି ଗାଁର ପ୍ରାୟ ୮୦ରୁ ଊର୍ଦ୍ଧ୍ଵ ଘର ମାଟିରେ ମିଶିଯାଇଛି । ତେବେ କୁହାଯାଉଛି କି ଏହି ଭୂସ୍ଖଳନ ଆସାମରେ ହୋଇଥିବା ବନ୍ୟା ଯୋଗୁ ହୋଇଛି । ବନ୍ୟାରେ ୬ଟି ଜିଲ୍ଲାର ୯୪ଟି ଗାଁ ଧୋଇଯାଇଛି । ଯାହାଫଳରେ ପ୍ରାୟ ୨୪ ହଜାର ୬୮୧ ଲୋକ ପ୍ରଭାବିତ ହୋଇଛନ୍ତି ।
    ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବାତ୍ୟା ‘ଆସାନି’ ଯୋଗୁ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ଡିମା ହାସାଓର ହାଫଲଙ୍ଗରେ ଏକ ଭୂସ୍ଖଳନରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟାନ୍ୟ ଅଞ୍ଚଳରେ ସଡ଼କ ଓଭରଫ୍ଲୋ ଘଟଣା ଘଟିଥିବାର ସୂଚନା ମିଳିଛି। ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିବାରୁ ଲୋକଙ୍କୁ ଯାତ୍ରା ଠାରୁ ଦୂରେଇ ରହିବାକୁ ଡିମା ହାସାଓଙ୍କ ଡେପୁଟି କମିଶନର ନାଜରିନ୍ ଅହମ୍ମଦ ଏକ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ରାସ୍ତାର ଅବସ୍ଥା ମଧ୍ୟ ଖରାପ ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook