Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କୋଟିଆ ବିବାଦ: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣୀ

    Share on :
    ajab-Image
    Date: Jan 24, 2022    Views: 4188

    କୋଟିଆ: ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦର କେନ୍ଦ୍ର ପାଲଟିଥିବା କୋଟିଆକୁ ନେଇ ଏବେବି ଲାଗି ରହିଛି ଦୁଇ ରାଜ୍ୟ ମଧ୍ୟରେ ବିବାଦ । ବାରମ୍ବାର ସୁପ୍ରିମକୋର୍ଟରେ ଏହି ମାମଲାକୁ ନେଇ ଶୁଣାଣୀ କରାଯାଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ବିବାଦର ସମାଧାନ ହୋଇପାରୁନି ।ତେବେ ଆଜି ପୁଣି ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଞ୍ଜ ବିବାଦର ଶୁଣାଣୀ ହେବ । ଗତ ବର୍ଷ ଫେବୃଆରୀରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ବାଚନ କରାଇଥିବାରୁ ଓଡ଼ିଶା ସରକାର ଏହାକୁ ନେଇ ଅଦାଲତ ଅବମାନନାର ଅଭିଯୋଗ କରିଥିଲେ, ଏହି ମାମଲାର ଆଜି ଶୁଣାଣୀ ହେବାକୁ ଯାଉଛି ।
    ପୂର୍ବ ଶୁଣାଣୀରେ ଉଭୟ ସରକାରଙ୍କୁ ରାଜନୈତିକ ସ୍ତରରେ ମାମଲାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଆନ୍ଧ୍ର ସରକାରଙ୍କୁ ଓଡ଼ିଶା ନିମନ୍ତ୍ରଣ କରିଥିଲେ ଓ ଗତ ନଭେମ୍ବର ମାସରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ଏହି ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ମଧ୍ୟ କରିଥିଲେ ଯାହାର ନିଷ୍କର୍ସ ବାବଦରେ ଆଜି ଉଭୟ ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବା ପରେ ଏହି ପ୍ରସଙ୍ଗରେ ଶୁଣାଣୀ କରାଯିବ ।

    Maximum 500 characters

    ତାଜା ଖବର View all

    Find Us on Facebook