Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ: କୋଟିଆରେ ପଡ଼ିବନି ଭୋଟ୍‌

    Share on :
    ajab-Image
    Date: Jan 21, 2022    Views: 2958

    କୋରାପୁଟ : ପଞ୍ଚାୟତ ନିର୍ବାଚନରେ କୋଟିଆରେ ପଡ଼ିବନି ଭୋଟ୍‌। ସହମତି ଭିତ୍ତିରେ ବଛା ହେବେ ଜନପ୍ରତିନିଧି।  ଏମିତି କିଛି ନିଷ୍ପତ୍ତି ହୋଇଛି ସର୍ବଦଳୀୟ ବୈଠକରେ, ଯେଉଁଠି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ନେତାମାନେ ଉପସ୍ଥିତ ଥିଲେ।

    ବିଜେଡିର କୋରାପୁଟ ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କୋଟିଆରେ ସର୍ବସମ୍ମତି କ୍ରମେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବଛା ହେବେ। ଏମିତିକି ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ସର୍ବସମ୍ମତିରେ ବଛା ହେବେ। ପୁଣି କେବଳ କୋଟିଆ ଅଞ୍ଚଳର ଲୋକଙ୍କୁ ହିଁ ଏହି ସବୁ ପଦ ପାଇଁ ବଛାଯିବ। କୋଟିଆରୁ କୌଣସି ଦଳ ଭିତ୍ତିକ ପ୍ରାର୍ଥୀଙ୍କୁ ଛିଡ଼ା କରାଯିବ ନାହିଁ। ଯେଉଁ ସବୁ ପ୍ରାର୍ଥୀ ସେଠାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ସେମାନେ କୌଣସି ଦଳରେ ରହିବେ ନାହିଁ। ଏପରିକି ସେମାନଙ୍କ ପରିବାରର କୌଣସି ସଦସ୍ୟ କୌଣସି ଦଳର ସମର୍ଥକ ହୋଇ ନଥିବେ। ନିରପେକ୍ଷ ଭାବେ ସେ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରୁ ପ୍ରାର୍ଥୀଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯିବ। କୋଟିଆ ପ୍ରସଙ୍ଗ ଉପରେ ଯେତେବେଳେ ଆଲୋଚନା ହେବ ସେମାନେ ସର୍ବଦଳୀୟ କମିଟିର ପରାମର୍ଶ ନେଇ ମତ ପୋଷଣ କରିବେ। ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ୟ୍ୟନ୍ତ ସମସ୍ତଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରାଯିବ। ଯେଉଁମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସେମାନଙ୍କୁ ବୁଝାଯିବ। 
    ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତରେ ୨୮ଟି ରାଜସ୍ୱ ଓ ୧୨ଟି ପଡ଼ା ଗାଁ ରହିଛି। ମୋଟ୍ ୧୩ଟି ଓ୍ୱାର୍ଡରେ ଭୋଟର ସଂଖ୍ୟା ୫ ହଜାରରୁ ଅଧିକ ରହିଛି।

    Maximum 500 characters

    ରାଜନୀତି View all

    Find Us on Facebook