Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ କିଷାନ କଂଗ୍ରେସର ବ୍ଲକ ଗସ୍ତ, କାହିଁକି ଜାଣନ୍ତୁ ?

    Share on :
    ajab-Image
    Date: Aug 9, 2021    Views: 7141

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷି ନୀତି, ଚାଷୀଙ୍କ ପ୍ରତି ଅବହେଳା ଯୋଗୁଁ ବିଜେଡି ସରକାରଙ୍କ ୨୧ ବର୍ଷ ଶାସନ କାଳରେ ୧୦ ହଜାରରୁ ଊଦ୍ଧ୍ୱର୍ ଚାଷୀ ଆତ୍ମହତ୍ୟା କଲେଣି । ପ୍ରଦେଶ କଂଗ୍ରେସ କମିଟି କିଷାନ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକ କହିଛନ୍ତି ଯେ, ସମ୍ବଲପୁର ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁର ଚାଷୀ କୈବଲ୍ୟ ରୋହିଦାସ ଧାନ ବିକି ନ ପାରି ବିଷପିଇ ଆତ୍ମହତ୍ୟା କରିବା ସରକାରଙ୍କ ବିଫଳତାକୁ ପ୍ରମାଣିତ କରୁଛି । ଟୋକନ ଅବଧି ସମସ୍ୟା ଯୋଗୁଁ ୨୦ ହଜାରରୁ ଊଦ୍ଧ୍ୱର୍ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ଏହି ଆତ୍ମହତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ । ଏହାର ନ୍ୟାୟିକ ତଦନ୍ତ ସହ ମୃତ ଚାଷୀ କୈବଲ୍ୟଙ୍କ ପରିବାରକୁ ରାଜ୍ୟ ସରକାର ତୁରନ୍ତ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । କୃଷି ଉତ୍ପାଦିତ ଦ୍ରବ୍ୟର ଅଭାବୀ ବିକ୍ରି, ସୁବିପଣନ, ସଂଗ୍ରହ ଓ ସଂରକ୍ଷଣରେ ଘୋର ଅବ୍ୟବସ୍ଥା, ଜଳସେଚନ କ୍ଷେତ୍ରରେ ବିଫଳତା, ଲୋକସଂଖ୍ୟା ବୃଦ୍ଧି ଅନୁପାତରେ ଚାଷ ଜମି କମିବା, ୧୦ ହେକ୍ଟଠର ଚାଷ ଜମି ପଡ଼ିବା ପଡ଼ିବା ଇତ୍ୟାଦି ଅନ୍ୟାନ୍ୟ କୃଷି ସହାୟତା ଯୋଗାଇବାରେ ସରକାର ଘୋର ଅବହେଳା କରିଥିବାରୁ ଆଜି ଅଗଷ୍ଟ ୯ କ୍ରାନ୍ତଦିବସ ଠାରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ କିଷାନ କଂଗ୍ରେସ ପକ୍ଷରୁ ୫ଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ବ୍ଲକ ସ୍ତରକୁ ଗସ୍ତ କରି ସମୀକ୍ଷା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook