Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏମିତି କହିଲେ କିମ୍ ଜୋଙ୍ଗ: ସମସ୍ତେ ଛାନିଆ

    Share on :
    ajab-Image
    Date: Nov 27, 2022    Views: 5201

    ନୂଆଦିଲ୍ଲୀ:  ଉତ୍ତରକୋରିଆର ଏକଛତ୍ରବାଦୀ ନେତା କିମ୍ ଜୋଙ୍ଗଙ୍କ ସଦ୍ୟ ବୟାନକୁ ନେଇ ଏବେ ଦକ୍ଷିଣ କୋରିଆ ସମେତ ଅନ୍ୟ ଦେଶରେ ଛନକା ପଶିଛି । ବିଶ୍ୱର ସବୁଠୁ ବଡ ପରମାଣୁ ଶକ୍ତି ହାସଲ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି କିମ୍ ଜୋଙ୍ଗ । ହ୍ୱାସୋଙ୍ଗ -୧୭ ଅନ୍ତଃମହାଦ୍ୱିପୀୟ ବାଲାଷ୍ଟିକ୍ ମିସାଇଲର ପରୀକ୍ଷଣ ପରେ କିମ୍ ଜୋଙ୍ଗଙ୍କର ଏହି ବୟାନ ଆସିଛି । ପରମାଣୁ ଶକ୍ତିର ନିର୍ମାଣ ଦେଶର ନାଗରିକ ଓ ସେମାନଙ୍କ ଗାରିମାକୁ ସୁଦୃଢ କରିବା ପାଇଁ ନିତାନ୍ତ ଜରୁରୀ । ‘ହ୍ୱାସୋଙ୍ଗ-୧୭’ ଦୁନିଆର ସବୁଠୁ ଶକ୍ତିଶାଳୀ ସାମରିକ ଶକ୍ତି ବୋଲି କହିଛନ୍ତି କିମ୍ । ଏହାସହ ଉତ୍ତରକୋରିଆ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ଭାବେ ଉଭା ହେବାର କ୍ଷମତା ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ।

    ସୂଚନା ମୁତାବକ, ଆମେରିକାର ବାରମ୍ବାର ଚେତାବନୀ ପରେ ବି କୋରିଆ ଦ୍ୱିପରେ ମିଶାଇଲ ପରୀକ୍ଷଣ କରିଥିଲା ଉତ୍ତରକୋରିଆ । ପରୀକ୍ଷଣ ବେଳର ଅନେକ ଫଟୋ ବି ସୋସିଆଲ ମିଡିଆରେ ଘୁରି ବୁଲିଲା । ଏଥିରେ ତାଙ୍କ ସହ ତାଙ୍କ ଝିଅକୁ ପ୍ରଥମ ଥର ପାଇଁ ବିଶ୍ୱାସୀ ଦେଇଥିଲେ । ତେବେ ଝିଅ ସହ ମିଶି ମିଶାଇଲ ପରୀକ୍ଷଣର ଦୃଶ୍ୟକୁ ଉପଭୋଗ କରୁଥିଲେ କିମ୍ ଜୋଙ୍ଗ୍ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook