Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଉ ଜଣେ ତପସ୍ୱିନୀ, ୮ ବର୍ଷର ପୁଅକୁ ଧରି ସ୍ୱାମୀ ଘର ଆଗରେ ଧାରଣା

    Share on :
    ajab-Image
    Date: Jan 28, 2022    Views: 2618

    ଜଳେଶ୍ୱର: ପୁଣି ନ୍ୟାୟ ମାଗୁଛି ଆଉ ଜଣେ ତପସ୍ୱିନୀ, ସ୍ୱାମୀଙ୍କ ଘର ଆଗରେ ୮ ବର୍ଷର ପୁଅକୁ ନେଇ ଧାରଣାରେ ବସିଛନ୍ତି ମହିଳା । ଶୀତ କାକରର ରାତି ତଥାପି ନାହିଁ ଡ଼ର ନିଜ ଘରକୁ ଯିବାକୁ ନିଜ ପୁଅକୁ ବାପାଙ୍କ ପାଖରେ ରହିବାକୁ ଲଢ଼ୁଛନ୍ତି ଶୁଭସ୍ମିତା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ନାବରା ଗାଁରେ । ଗାଁର ହରିପଦ ଦେ ଜଳେଶ୍ୱର ରାଜପୁର ଗାଁର ଗୟାପ୍ରସାଦ ବେହେରାଙ୍କ ଝିଅ ଶୁଭସ୍ମିତାଙ୍କୁ ୨୦୧୨ରେ ବିବାହ କରିଥିଲେ । ତେବେ ବିବାହର କିଛି ବର୍ଷ ପରେ ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ଶୁଭସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିିର୍ଯାତନା ଦେଉଥିଲେ । ଏନେଇ ଶୁଭସ୍ମିତା ୨୦୧୫ରେ ବାଲେଶ୍ୱର ଜିଲ୍ଲା ପରିବାର ଅଦାଲତର ଦ୍ଵାରସ୍ଥ ହୋଇଥିଲେ ।

     କୋର୍ଟଙ୍କ ରାୟ ମୁତାବକ ଶୁଭସ୍ମିତା ଓ ତାଙ୍କ ପୁଅର ଭରଣ ପୋଷଣ ବାବଦ ମାସକୁ ୮ ହଜାର ଟଙ୍କା ଦେବା ପାଇଁ ସ୍ୱାମୀ ହରିପଦଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଶୁଭସ୍ମିତାଙ୍କୁ କୌଣସି ଭରଣ ପୋଷଣ ମିଳିନଥିଲା । ଯାହାକୁ ନେଇ ଶୁଭସ୍ମିତା ପୁଅକୁ ଧରି ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ । ତେବେ ପୋଲିସ ଓ ବାଲେଶ୍ୱର ଶିଶୁ ସୁରକ୍ଷା ବିଭାଗ ପହଞ୍ଚି ବଳ ପୂର୍ବକ ସେମାନଙ୍କୁ ଉଠାଇ ନେଇଥିଲେ । ଏହାପରେ ଶିଶୁ ସୁରକ୍ଷା ବିଭାଗ ଘଟଣାର ତଦନ୍ତ କରି ଶୁଭସ୍ମିତା ଓ ପୁଅକୁ ଶାଶୁଘରେ ସୁରକ୍ଷିତ ଥଇଥାନ କରିବାକୁ ସିଂଲା ପୋଲିସକୁ ନିର୍ଦେଶ ଦେଇଥିଲେ ।

    ମାତ୍ର ସିଂଲା ପୋଲିସ କୌଣସି ସହଯୋଗ ନକରିବାରୁ ଗତକାଲି ଶୁଭସ୍ମିତା ତାଙ୍କ ବୁଢୀ ମାଆଙ୍କ ସହିତ ପୁଅକୁ ଧରି ସ୍ୱାମୀଙ୍କ ଘରକୁ ଆସିଥିଲେ । ହେଲେ ଏମାନଙ୍କୁ ଦେଖି ଶାଶୁଘର ଲୋକେ ଫାଟକରେ ତାଲା ପକାଇ ଫେରାର ହୋଇଯାଇଛନ୍ତି । ଏପରିସ୍ଥିତିରେ ଶୁଭସ୍ମିତା ବୁଢୀ ମା ଏବଂ ପୁଅକୁ ଧରି ଶାଶୁ ଘର ସାମ୍ନାରେ ବସି ରହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook