Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 12TH

ମୁଖ୍ୟ ଖବର

    ସ୍ୱାଧୀନତା ସଂଗ୍ରାମରେ ରାଣୀ 'ଲକ୍ଷ୍ମୀବାଈ'

    Share on :
    ajab-Image
    Date: Aug 9, 2022    Views: 2518

    ଭୁବନେଶ୍ୱର : ଭାରତ ସ୍ୱାଧୀନତା ପାଇବା ପାଇଁ ଓ ମା’ ମାଟିକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ପ୍ରାଣପାତ କରିଥିବା ଅଗଣିତ ସଂଗ୍ରାମୀଙ୍କ ଭିତରେ ରହିଥିଲେ ଅନେକ ବିରାଙ୍ଗନା, ଯେଉଁମାନେ ଆଜି ପ୍ରାତଃ ସ୍ମରଣୀୟ । ଭାରତୀୟ ମହିଳାଙ୍କ ସାହସ କଥା ଉଠିଲେ ପ୍ରଥମେ ଆସେ ରାଣୀ ଲକ୍ଷ୍ମୀବାଈଙ୍କ ନାମ । ମାତ୍ର ୩୦ବର୍ଷ ବଞ୍ଚିଥିଲେ ହେଁ ସେ ବୀରତ୍ୱର ଯେଉଁ ନିଦର୍ଶନ ଛାଡି ଯାଇଛନ୍ତି, ତାହା ଆଜି ବି ସବୁ ଭାରତୀୟ ଳଲନାଙ୍କୁ ବିମୋହିତ କରେ । ୧୮୨୮ ମସିହା କାଶୀର ଏକ ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଲକ୍ଷ୍ମୀବାଇ । ତାଙ୍କ ପିଲା ଦିନର ନାମ ଥିଲା ‘ମଣିକର୍ଣ୍ଣିକା’ । ସେ ଛୋଟବେଳୁ ଧନୁର୍ବିଦ୍ୟା, ଅଶ୍ୱାରୋହଣ, ମାର୍ସଲ ଆର୍ଟ ଆଦି ଶସ୍ତ୍ରଶିକ୍ଷା କରିଥିଲେ । ୧୪ବର୍ଷ ବୟସରେ ୧୮୪୨ରେ ସେ ତକ୍ରାଳୀନ ଝାନ୍ସୀର ରାଜା ଗଙ୍ଗାଧର ରାଓ ନିୱାଲକରଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସେ ଦାମୋଦର ରାଓଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ପତିଙ୍କ ମୃତୁ୍ୟପରେ ଦାମୋଦାର ରାଓ ଥିଲେ ଝାନସୀ ସିଂହାସନର ଦାବିଦାର । କିନ୍ତୁ ତକ୍ରାଳୀନ ବ୍ରିଟିଶ ଇଣ୍ଡିଆ ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସୀ ଝାନସୀର ଉତ୍ତରାଧୀକାରୀ ଭାବେ ଦାମୋଦରଙ୍କୁ ଗ୍ରହଣ କଲେ ନାହିଁ । ସେ ରାଜସ୍ୱ ଲୋପ ନୀତି ଆଇନ ବଳରେ ଝାନସୀକୁ ବ୍ରିଟିଶ ସାମ୍ରାଜ୍ୟରେ ମିଶାଇ ଦେବାକୁ ନିଷ୍ପତ୍ତି ନେଲେ ।

    ରାଜାଙ୍କର ସବୁ ଧନସମ୍ପଦ ଉପରେ ଇଂରେଜମାନେ ନିଜର ଅଧିକାର ସାବ୍ୟସ୍ତ କରି ରାଣୀଙ୍କୁ ଝାନସୀ ଦୁର୍ଗ ଓ ରାଣୀ ମହଲ ଛାଡି ଚାଲିଯିବାକୁ ନିଦେ୍ର୍ଧଶ ଦେଲେ । ରାଣୀଭାବେ ଲକ୍ଷ୍ମୀବାଈ ଏହାକୁ ବିରୋଧ କଲେ । ଝାନସୀ ଦୁର୍ଗକୁ ଇଂରେଜଙ୍କଠାରୁ ରକ୍ଷା କରିବାକୁ ୧୮୫୭ ସେପ୍ଟେମ୍ବର-ଅକ୍ଟୋବରରେ ରାଣୀ ଇଂରେଜ ସେନାକୁ ବିରୋଧ କରିଥିଲେ । ୧୮୫୮ ଜାନୁୟାରୀ ବେଳକୁ ବ୍ରିଟିଶ ସେନା ଦୁର୍ଗର ନିଟତର ହେଲେ । ଦୁଇ ସପ୍ତାହ ଧରି ରାଣୀ ନିଜର ସ୍ୱେଚ୍ଛାସେବୀ ସେନାବାହିନୀଙ୍କୁ ନେଇ ସେମାନଙ୍କୁ ବିରୋଧ କଲେ । ମାତ୍ର ବ୍ରିଟିଶ୍ ସେନା ଆଗକୁ ବଢିଚାଲିଥିଲା । ଏଭଳି ମୁହୂର୍ତ୍ତରେ ଇଂରେଜଙ୍କ ନିକଟରେ ସେ ନତମସ୍ତକ ନହୋଇ ଅସୀମ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ ସହିତ ଶିଶୁପୁତ୍ରକୁ ଧରି ଦୁର୍ଗରୁ ଖସିଯାଇ କାଳପିରେ ଶରଣାର୍ଥୀ ଭାବେ ରହିଲେ । ସେଠାରେ ସେ ପୁଣି ଇଂରେଜଙ୍କ ବିରୋଧରେ ନିଜକୁ ଶକ୍ତିଶାଳୀ କରାଉଥିବା ବେଳେ ସେପଟେ ଇଂରେଜମାନେ କାଳପି ଆକ୍ରମଣ କଲେ ଓ ରାଣୀଙ୍କୁ ପୁଣି ଥରେ ହରାଇଲେ । ବାରମ୍ବାର ପରାଜୟ ସତ୍ତ୍ୱେ ଧୈର୍ଯ୍ୟ ହରାଇନଥିଲେ ରାଣୀ ।  କାଳପିକୁ ଇଂରେଜମାନେ ଅଧିକାର କରିନେବା ପରେ ରାଣୀ ସେଠାରୁ ଖସିଯାଇ ସେମାନଙ୍କୁ ଗୋୱାଲିୟରରେ ବିରୋଧ କଲେ । ସେଠାରେ ମଧ୍ୟ ଇଂରେଜଙ୍କ ବିଜୟ ଧ୍ୱଜା ଉଡିଲା । ଗୋୱାଲିୟର ଯୁଦ୍ଧରେ ଆହତ ହୋଇଥିଲେ ରାଣୀ । ସେ ଜାଣି ପାରୁଥିଲେ ତାଙ୍କ ସମୟ ଆଉ ବେଶିଦିନ ନୁହେଁ।

    ମାତ୍ର ମୃତୁ୍ୟ ପରେ ତାଙ୍କ ଶରୀରକୁ ଯେପରି ଇଂରେଜମାନେ ପାଇନପାରନ୍ତି, ସେଥିପାଇଁ ତାଙ୍କ ମରଶରୀରକୁ ଦାହ କରିଦେବାକୁ ସେ ତାଙ୍କର କିଛି ଅନ୍ତରଙ୍ଗଙ୍କୁ କହିଥିଲେ । ୧୭ଜୁନରେ ତାଙ୍କ ମୃତୁ୍ୟ ପରେ ତାଙ୍କ ଇଚ୍ଛାନୁଯାୟୀ ତାଙ୍କ ମରଶରୀରକୁ ଦାହ କରିଦିଆଗଲା ।  ଏସମ୍ପର୍କରେ  ଇଂରେଜମାନେ କିଛି ବି ସୁରାକ ପାଇଲେ ନାହିଁ । ରାଣୀ ଲକ୍ଷ୍ମୀବାଈଙ୍କୁ ଜଣେ ଦୃଢ ବୃକ୍ତିତ୍ୱର ଅଧିକାରିଣୀ, ଚତୁର ଓ ସୁନ୍ଦରୀ ରମଣୀ ଭାବେ ଇଂରେଜମାନେ ବର୍ଣ୍ଣନା କରନ୍ତି । ତକ୍ରାଳୀନ ବ୍ରିଟିଶ ଜେନେରାଲଙ୍କ ଭାଷାରେ, ‘ସବୁ ଭାରତୀୟ ନେତୃତ୍ୱଙ୍କ ମଧ୍ୟରେ ଭୟାନକ ହେଉଛନ୍ତି ରାଣୀ ଲକ୍ଷ୍ମୀ ବାଈ’  ।

    Maximum 500 characters

    ICSE 12TH View all

    Find Us on Facebook