Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଗଣେଶ ପୂଜାରେ ଘରକୁ ଆଣନ୍ତୁ ଏହି ଜିନିଷ, ଲକ୍ଷ୍ମୀ ବି ହେବେ ପ୍ରସନ୍ନ

    Share on :
    ajab-Image
    Date: Sep 10, 2021    Views: 2681

    ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ପାଳିତ ହେଉଛି  । ତେବେ ଗଣେଶ ଚତୁର୍ଥୀ ଅବସରରେ କେତେକ ଜିନିଷ ଘରକୁ ଆଣିଲେ ମହାପ୍ରଭୂ ଗଣେଶ ପ୍ରସନ୍ନ ହେବା ସହ ଲକ୍ଷ୍ମୀ ବି ସାଥ ଦେବେ  । ଅର୍ଥାତ ବିଘ୍ନ ବିନାଶ ହେବା ସହ ସମ୍ପତିରେ ବି ବୃଦ୍ଧି ଘଟିବ  । 

    ଗଣେଶଙ୍କ ନୃତ୍ୟ ପ୍ରତିମୂର୍ତି : ମହାଦେବଙ୍କ ଭଳି ପ୍ରଭୂ ଗଣେଶ ବି ନୃତ୍ୟ ପ୍ରେମୀ  । ନୃତ୍ୟ ଭଙ୍ଗୀରେ ମହାପ୍ରଭୂ ଗଣେଶଙ୍କ ପ୍ରତିମୂର୍ତି ଘରେ ଏମିତି ରଖନ୍ତୁ ଯେଭଳି ତାଙ୍କ ମୁହଁ ମୁଖ୍ୟ ଦରଜା ଆଡକୁ ରହିବ  । ଯାହାଫଳରେ ଧନ ସଂକ୍ରାନ୍ତୀୟ ସମସ୍ୟା ଦୂରୀଭୂତ ହୋଇପାରିବ  ।

    ଏକ ଆଖି ନଡ଼ିଆ : ଘରକୁ ଆଜି ଏକ ଆଖି ଥିବା ନଡ଼ିଆ ଆଣନ୍ତୁ  । ଯେଉଁ ଘରେ  ନିୟମିତ ଭାବେ ଏକ ଆଖି ନଡିଆ ପୂଜା କରାଯାଏ ସେହି ଘରେ କୌଣସି ନକରାତ୍ମକ କାର୍ଯ୍ୟ ଦେଖିବାକୁ ମିଳିନଥାଏ  । ଏମିତିକି ଧନଧାନ୍ୟରେ ବି ଅଭାବ ରହିନଥାଏ  ।

    ବଇଁଶୀ : ବଇଁଶୀ ବାସ୍ତୁଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ  । ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ବାସ୍ତୁଦୋଷ ଦୂର ହୋଇଥାଏ  । ସେହିପରି ଧନ ପାଇବାର ଯୋଗ ହୋଇଥାଏ ବୋଲି ମନେକରାଯାଇଥାଏ  ।

    ଠାକୁର ଘରେ ଶଙ୍ଖ : ବାସ୍ତୁଦୋଷ ଦୂର କରିବାରେ ଶଙ୍ଖର ବହୁତ ମହତ୍ୱ ରହିଛି  । ଯେଉଁ ଘରେ ପୂଜାସ୍ଥଳରେ ଶଙ୍ଖ ଥାଏ ସେଠାରେ ମହାଲକ୍ଷ୍ମୀ ବାସ କରିଥାନ୍ତି  । ତେଣୁ ଗଣେଶ ଚତୁର୍ଥୀରେ ହିଁ ଠାକୁର ଘରେ ଶଙ୍ଖ ପୂଜା କରନ୍ତୁ  ।

     

    Maximum 500 characters

    ସଂସ୍କୃତି View all

    Find Us on Facebook