Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଜନ୍ମାଷ୍ଟମୀରେ ରେକର୍ଡ : ୪୪ ଫୁଟ ଉଚ୍ଚରେ ଦହିହାଣ୍ଡି ଭାଙ୍ଗି ରେକର୍ଡ

    Share on :
    ajab-Image
    Date: Aug 24, 2021    Views: 2954

    ଜନ୍ମାଷ୍ଟମୀରେ ଦହି ହାଣ୍ଡି କେବଳ ପରମ୍ପରାରେ ସୀମିତ ହୋଇ ରହିନାହିଁ  । ପରମ୍ପରାରୁ ଏହା ପ୍ରତିଯୋଗିତା ପାଲଟି ଯାଇଥିବାବେଳେ ଶେଷରେ ରେକଡର଼୍ ବି ସୃଷ୍ଟି ହୋଇଛି । ଦହି ହାଣ୍ଡି ଭଙ୍ଗା ମୁମ୍ବାଇରେ ଏକ ବଡ଼ ଉତ୍ସବ ହୋଇଥିବାବେଳେ ରାଜନୈତିକ ଦଳ ଓ କର୍ପୋରେଟ ସଂସ୍ଥା ବି ସାମିଲ ହୋଇଥା’ନ୍ତି  । ଗୋଟିଏ ଗୋଟିଏ ଦହି ହାଣ୍ଡି ପ୍ରତିଯୋଗିତାରେ କୋଟିକୋଟି ଟଙ୍କା ବ୍ୟୟର ବି ନଜିର ରହିଛି  ।

    ତେବେ ୨୦୧୨ରେ ମୁମ୍ବାଇ ଯୋଗେଶ୍ୱରୀ ଅଂଚଳର ଜୟ ଯବାନ ଗୋବିନ୍ଧ ପାଠକ ମଣ୍ଡଳ ଏକ ବିଶ୍ୱ ରେକଡର଼୍ ପ୍ରତିଷ୍ଠା କରି ଚର୍ଚ୍ଚାକୁ ଆସିଥିଲା  । ଥାନେରେ ଆୟୋଜିତ ଏହି ଉତ୍ସବକୁ ଅନେକ ପ୍ରଶଂସା ବି କରିଥିଲେ  । ସେମାନେ ୯ଟାୟାରର ଏକ ହ୍ୟୁମାନ ପିରାମିଡ଼ ବନାଇଥିଲେ  । ଯାହାର ଉଚ୍ଚତା ଥିଲା ୪୩.୭୯ ଫୁଟ  । ପୂର୍ବରୁ ଏତେ ଉଚ୍ଚତାର ମଣିଷ ପିରାମିଡ଼ ହୋଇନଥିଲା । ଏହି ପିରାମିଡ଼ ଅତ୍ୟନ୍ତ ବିପଦଜନକ  । ଟିକେ ଭାରସାମ୍ୟ ହରାଇଲେ ଜୀବନ ଯିବାର ବି ଯଥେଷ୍ଟ ଆଶଙ୍କା ରହିଥାଏ  । ଦହି ହାଣ୍ଡି ପ୍ରତିଯୋଗିତା ଏତେ ଲୋକପ୍ରିୟ ହୋଇପଡ଼ିଛିଯେ, କେତେକ ଏହାକୁ ସରକାରୀ ଭାବେ କ୍ରୀଡ଼ାର ମାନ୍ୟତା ଦେବାକୁ ବି ଦାବି କରନ୍ତି  । ମୁମ୍ବାଇର ଅନେକ ସହରରେ ଗୋବିନ୍ଦ କ୍ଲବ ବି ଦେଖିବାକୁ ମିଳିଥାଏ  ।

     

    Maximum 500 characters

    ସଂସ୍କୃତି View all

    Find Us on Facebook