Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଜନ୍ମାଷ୍ଟମୀ ଉପଲକ୍ଷେ ରାମମନ୍ଦିରରେ ସଂକୀର୍ତ୍ତନ, ଇସ୍କନରେ ଭଜନ

    Share on :
    ajab-Image
    Date: Aug 30, 2021    Views: 2860

    ଆଜି ପବିତ୍ର ଜନ୍ମାଷ୍ଟମୀ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପାଳନ ହେଉଛି ଜନ୍ମାଷ୍ଟମୀ । ଏଥିପାଇଁ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି । କେବଳ ମନ୍ଦିର ଭିତରେ ଭଗବାନଙ୍କ ନୀତିକାନ୍ତି କରାଯାଉଛି । ରାମ ମନ୍ଦିରରେ ମନ୍ଦିରରେ ସକାଳ ୫ଟାରୁ ମଙ୍ଗଳ ଆଳତୀ କରାଯାଇ ୭ଟାରେ ସିଂଘାର ଆଳତୀ ଓ ୧୧ଟା ୪୫ରେ ଭୋଗ ଆଳତୀ କରାଯାଇଛି । ଏହା ପରେ ସମସ୍ତ ପ୍ରକାର ନୀତିକାନ୍ତି ହୋଇ ରାତି ୯ଟାରୁ ସେବାୟତଙ୍କ ଦ୍ୱାରା ସଂକୀର୍ତ୍ତନ କରାଯିବ । ପରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି କରାଯାଇ ରାତ୍ର ୧୨ଘଟିକା ସମୟରେ ଜନ୍ମାଭିଷେକ ହେବା ପରେ ଭଗବାନ କୃଷ୍ଣ ଜନ୍ମ ନେବେ ବୋଲି ସୂଚନା ମିଳିଛି । ଏହା ସହିତ ଇସ୍କନରେ ମଧ୍ୟ ଜନ୍ମାଷ୍ଟମୀ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଇସ୍କନରେ ନନ୍ଦ ଉସôବରେ ପ୍ରଭୁପାଦଙ୍କ ଜନ୍ମ ଉସôବ ପାଳନ କରାଯାଉଛି ।  ଏଠାରେ ଭୋର ୪ଟା୧୫ରୁ ପୂଜାଅର୍ଚ୍ଚନା ଆରମ୍ଭ ହୋଇଛି । ସମସ୍ତ ପ୍ରକାର ନୀତିକାନ୍ତି ପରେ ସକାଳ ୮ଟାରେ ଦର୍ଶନ ଆଳତୀ ହୋଇଥିଲା । ଏହା ପରେ ୧୧ଟାରେ ପହଡ ପଡି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ ଓ ପରେ ସନ୍ଧ୍ୟାରେ ଆଳତୀ ସହ ଭଜନ କୀର୍ତ୍ତନ କରାଯିବ । ରାତି ୧୨ଟାରେ ଜନ୍ମାଭିଷେକ ଆରମ୍ଭ ହୋଇ ଭଗବାନ କୃଷ୍ଣଙ୍କ ଜନ୍ମଉସôବ ପାଳନ କରାଯିବ ବୋଲି ସୂଚନା ମିଳିଛି ।

     

    Maximum 500 characters

    ସଂସ୍କୃତି View all

    Find Us on Facebook