Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ISL-9

ମୁଖ୍ୟ ଖବର

    ଆଇଏସଏଲ -୯ ଓଡିଶା ୩-୯ ଜାମସେଦପୁର

    Share on :
    ajab-Image
    Date: Oct 17, 2022    Views: 3129

    ଭୁବନେଶ୍ୱର : ଚଳିତ ଆଇଏସଏଲ -୯ରେ ଓଡିଶା ଏଫସି ରୋମାଞ୍ଚକର ବିଜୟ ସହ ସିଜନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଦଳ ୩-୨ ଗୋଲରେ  ଜାମସେଦପୁରକୁ ପରାସ୍ତ କରିଥିଲେ । ଏହି ବିଜୟ ସହ ପୂର୍ଣ୍ଣ ୩ ପଏଣ୍ଟ ହାସଲ କରିଛି । ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ଜାମସେଦପୁର  ପ୍ରଥମାର୍ଦ୍ଧ ଖେଳ ଆରମ୍ଭରୁ ଘନଘନ ଆକ୍ରମଣ କରି ୧୦ ମିନିଟ ମଧ୍ୟରେ ୨ଟି ଗୋଲେ ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲେ । ତୃତୀୟ ମିନିଟରେ  ଡାନିଏଲ  ଚିମା ଚୁକଉ  ଏବଂ ଦଶମ ମିନିଟରେ ବୋରିସ ସିଂହ ଥାଇଜାମ ଗୋଟାଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଏହାପରେ ଓଡିଶା ସଂଗଠିତ  ହୋଇ ଆକ୍ରମଣ  କରିଥିଲେ । ୭ମିନିଟ ମଧ୍ୟରେ ଦଳ ଗୋଟାଏ ଗୋଲ  ପରିଶୋଧ କରିଥିଲା ।

    ବ୍ରାଜିଲ ଖେଳାଳି ଡିଏଗୋ ମୋରିସିଓ  ଏହି  ଗୋଲଟି ସ୍କୋର କରିଥିଲେ । ଏହି ଭାଗରେ ଆଉ ଗୋଲ ହୋଇ ନଥିଲା । ଦ୍ିତୀୟାର୍ଦ୍ଧରେ କଡା ସଂଘର୍ଷ  ଦେଖିବାକୁ  ମିଳିଥିଲା । ୮୭ମିନିଟର ଖେଳି ସୁଦ୍ଧା ଜାମସେଦପୁର ୨-୧ରେ  ଆଗୁଆ  ରହିଥିଲା । ତେବେ ୮୮ମିନିଟରେ ଇସାକଙ୍କ ଗୋଲ ବଳରେ ଓଡିଶା ସ୍ଥିତି ବରାବର କରିଥିଲା । ମ୍ୟାଚ ଡ୍ର ହେବା ଆଶା କରାଯାଉଥିଲା । କିନ୍ତୁ ୯୦-+୧ ମିନିଟରେ ମୋରିସିଓ  ଆଉ ଏକ ଗୋଲ କରି ଦଳକୁ ବିଜୟୀ କରାଇଥିଲେ । 

    Maximum 500 characters

    Find Us on Facebook