Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ISL-9

ମୁଖ୍ୟ ଖବର

    ଆଇଏସଏଲ-୯: ହାଇଦ୍ରାବାଦ ୩-୩ ମୁମ୍ବାଇ

    Share on :
    ajab-Image
    Date: Oct 17, 2022    Views: 2559

    ପୁନେ: ଚଳିତ ଆଇଏସଏଲ-୯ରେ ଡ଼ିଫେଣ୍ଡିଂ ଚାମ୍ପିଅନ୍ ହାଇଦ୍ରାବାଦ ଏଫସି ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ ୩-୩ ଗୋଲରେ ଡ୍ର’ ହୋଇଛି । ଉଭୟାର୍ଦ୍ଧ ଖେଳ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳର ୨୩ମିନିଟରେ ହାଇଦ୍ରାବାଦର ଚିଙ୍ଗଲେନସାନା ସିଂହଙ୍କ ଆତ୍ମଘାତୀ ଗୋଲ ବଳରେ ମୁମ୍ବାଇ ସିଟି ୧-୦ରେ ଅଗ୍ରଣୀ ହାସଲ କରିଥିଲା । ଏହି ଭାଗର ଶେଷ ଆଡ଼କୁ ହାଇଦ୍ରାବାଦ ପକ୍ଷରୁ ଜୋଆଓ ଭିଟୋର ଗୋଟିଏ ଦର୍ଶନୀୟ ଗୋଲ କରି ସ୍ଥିତି ୧-୧ରେ ବରାବର କରିଥିଲେ ।

    ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ହାଲିଚରଣ ନରଜାରୀ ଆଉ ଏକ ଗୋଲ କରି ହାଇଦ୍ରାବାଦକୁ ୨-୧ରେ ଅଗ୍ରଣୀ ପ୍ରଦାନ କରିଥିଲେ । ଏହାର ୧୬ମିନିଟ ପରେ ଗ୍ରେଗ୍ ଷ୍ଟିୱାର୍ଟଙ୍କ ଗୋଲ ବଳରେ ମୁମ୍ବାଇ ମ୍ୟାଚକୁ ୨-୨ ସ୍ଥିତିକୁ ଆଣିଥିଲା । ହାଇଦ୍ରାବାଦ ଆକ୍ରମଣ ଜାରି ରଖି ୭୬ମିନିଟରେ ପୁନଃ ଅଗ୍ରଣୀ ହାସଲ କରିଥିଲା । ଜୋଆଓ ଏହି ଗୋଲଟି ସ୍କୋର କରିଥିଲେ । ମ୍ୟାଚ ଶେଷ ହେବାକୁ ଆଉ ୫ମିନିଟ ବାକି ରହିଥିବାବେଳେ ମୁମ୍ବାଇ ପକ୍ଷରୁ ଆଲବର୍ଟୋ ନୋଗୁଏରା ତୃତୀୟ ଗୋଲ କରି ସ୍ଥିତି ବରାବର କରିଥିଲେ । ଶେଷ ୫ ମିନିଟରେ ଉଭୟ ଦଳ ଅଗ୍ରଣୀ ହାସଲ ପାଇଁ ଶତଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

    Maximum 500 characters

    Find Us on Facebook