Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ISL-9

ମୁଖ୍ୟ ଖବର

    ଆଇଏସଏଲ-୯:୨-୦ ଓଡିଶା ଏଫସି ।

    Share on :
    ajab-Image
    Date: Oct 17, 2022    Views: 2823

    ମୁମ୍ବାଇ: ଚଳିତ ଆଇଏସଏଲ -୯ରେ ଓଡିଶା ଏଫସିକୁ ପରାଜୟ ସାମ୍ନା କରିବାକୁ ପଡିଛି । ଜାମସେଦପୁରକୁ ହରାଇ ସିଜନ ଆରମ୍ଭ କରିଥିବା  ଓଡିଶା ଆଜି  ଅନୁଷ୍ଠିତ ଏକ ଲିଗ ମ୍ୟାଚରେ ମୁମ୍ବାଇ ସିଟି ମିକଟରୁ ୨-୦ ଗୋଲରେ ପରାଜିତ ହୋଇଛନ୍ତି । ପ୍ରଥମାର୍ଦ୍ଧ ଖେଲ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଓଡିଶା ଏଫସିି ପକ୍ଷରୁ ଖେଲୁଥିବା ଓଡିଶା ଖେଳାଳି ଶୁଭମ ଷଡଙ୍ଗୀଙ୍କ ଆତ୍ମଘାତୀ ଗୋଲ ବଳରେ ମୁମ୍ବାଇ ୧-୦ରେ ଅଗ୍ରଣୀ ହାସଲ  କରିଥିଲେ । ନିର୍ଦ୍ଧାରିତ ୯୦ ମିନିଟ ପର୍ଯ୍ୟନ୍ତ ମୁମ୍ବାଇ ଆଗୁଆ ରହିଥିଲା । ତେବେ ଇନଜୁ୍ୟରୀ ଟାଇମରେ ବିପିନ ସିଂ ଥୌନାଓଜାନଙ୍କ ଗୋଲ ବଳରେ ମୁମ୍ବାଇ ୨-୦ରେ ବିଜୟ ହାସଲ କରିଥିଲେ ।    

    Maximum 500 characters

    Find Us on Facebook