Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ISL-9

ମୁଖ୍ୟ ଖବର

    ଆଇଏସଏଲ -୯:ମୋହନ ବାଗାନ ୫-୨ କେରଳ ବ୍ଲାଷ୍ଟର୍ସ

    Share on :
    ajab-Image
    Date: Oct 17, 2022    Views: 2515

    କୋଚି :ଚଳିତ ଆଇଏସଏଲ-୯ରେ ଏଟିକେ ମୋହନ ବାଗାନ  ବିଜୟଧାରାକୁ । ପ୍ରଥମ ମ୍ୟାଚରେ ଚେନ୍ନାଇନ ନିକଟକୁ ପରାଜିତ ହେବା ପରେ ଆଜି ଦ୍ୱିତୀୟ  ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ୫-୨ ଗୋଲରେ ପରାସ୍ତ କରିଥିଲେ । ଦିମିତ୍ରି  ପେଟ୍ରାଟସ ହ୍ୟାଟ୍ରିକ ଗୋଲ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଲଣ କରିଥିଲେ । ଏହି ବିଜୟ ସହ ମୋହନ ବାଗାନ ପୂର୍ଣ୍ଣ ୩ ପଏଣ୍ଟହାସଲ କରିବା ସହ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।  ଉଭୟାର୍ଦ୍ଧ ଖେଳରେ ମୋହନ ବାଗାନ  ଖେଳିବା ଆଧିପତ୍ୟ ବିସ୍ତାର କରି ଖେଳିଥିଲେ । ପ୍ରଥମାର୍ଦ୍ଧରେ ଷଷ୍ଠ ମିନିଟରେ ଇଭାନ କଲୟୁଝନିଙ୍କ  ଗୋଲ ବଳରେ କେରଲ  ଖାତା ଖୋଲିଥିଲା । ପ୍ରଥମରୁ ଗୋଲ  ବରଣ ପରିବା ପରେ ମୋହନ  ବାଗାନ ଖେଳାଳି ସଂଗଠିତ ହୋଇ ଆକ୍ରମଣ କରିଥିଲେ । ୨୬ ମିନିଟରେ ଦିମିତ୍ରି ପେଟ୍ରାଟସ ଓ ୩୮ ମିନିଟରେ ଜୋନ କୌକୋଙ୍କ ଗୋଲ ବଳରେ ଦଲ ୨-୧ରେ ଅଗ୍ରମୀ ହାସଲ  କରିଥିଲା ।

      ଦ୍ୱିତୀୟାର୍ଦ୍ଧରେ  ଦଳ ଆଉ ୩ଟି ଗୋଲ କରିଥିବେଲେ କେରଳ ଗୋଟାଏ ଗୋଲ  ପରିଶୋଧ କରିବା ପକ୍ଷରୁ  ହୋଇଥିଲା ।  ମୋହନ ବାଗାନ ପକ୍ଷରୁ ୬୨ଓ ୯୦+୨ ମିନିଟରେ  ଦିମିତ୍ରି ୨ ଟି ଗୋଲ କରିଥିବାବେଳେ ୮୮ମିନିଟରେ ଲିନୀ ରୋଡ୍ରିଗ୍ସ ଗୋଟାଏ ଗୋଲ କରିଥିଲେ । କରେଳ ପକ୍ଷରୁ କେବି ୮୧ ମିନିଟରେ ଦ୍ୱିତୀୟ ଗୋଲ ପରିଶୋଧ କରିଥିଲେ ।   

    Maximum 500 characters

    Find Us on Facebook