Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ISL-9

ମୁଖ୍ୟ ଖବର

    ଇନଜ୍ୟୁରୀ ଟାଇମରେ ଜିତିଲା ଗୋଆ

    Share on :
    ajab-Image
    Date: Oct 14, 2022    Views: 3002

    କୋଲକତା :ଚଳିତ ଆଇଏସଏଲ -୯ର ଏକ ଲିଗ ମୁକାବିଲାର ଆଜିଏଫସ ଗୋଆ ୨-୧ ଗୋଲରେ ଇଷ୍ଟ ବେଙ୍ଗଲରକୁ ହରାଇ ଅଅଭିଯାନ ଆରମ୍ଭ କରିଛି । ଇନଜୁ୍ୟରୀ  ଟାଇମରେ ଏଡୁ ବିଡିଆ ଗୋଟାଏ ଦର୍ଶନୀୟ ଗୋଲ କରି ଦଳକୁ ରୋମାଞ୍ଚକର ବିଜୟ ଭେଟି ଦେଇଛନ୍ତି । ସଲ୍ଟ ଲେକ ଷ୍ଟାଡିୟମରେ ଏଫସ ଗୋଆ ଓ ଇଷ୍ଟ ବେଙ୍ଗଲ ମଧ୍ୟରେ  ଖେଳାଯାଇଥିବା ମ୍ୟାଚ କଡା ସଂଘର୍ଷପୂର୍ଣ୍ଣ ହୋଇଥିଲା ।

    ପ୍ରଥମାର୍ଦ୍ଧ ଖେଳର ସପ୍ତମ ମିନିଟରେ ଗୋଆ ଖାତା ଖୋଲିଥିଲା । ଷ୍ଟାର ଖେଳାଳି ବ୍ରାଣ୍ଡନ ଫର୍ଣ୍ଣାଡେଜ ଏହି ଗୋଲଟି ସ୍କୋର ଖେଳରେ ଆଉ ଗୋଲ ହୋନଇଥିଲା । ଦ୍ୱିୟୀୟାର୍ଦ୍ଧରେ ଇଷ୍ଟ ବେଙ୍ଗଲ ଗୋଲ ପରିଶୋଧ କରି ସ୍ଥିତି ୧-୨ରେ ବରାବର କରିଥିଲେ । ୬୪ତମ ମିନିଟିରେ ମିଳିଥିବା ଏକ ପେନାଲ୍ଟିକୁ  କ୍ୱାଟନ ସିଲଭା ଗୋଲ ରୂପ ଦେବାରେ ଅବହେଲା କରିନଥିଲେ । ପରବର୍ତ୍ତୀ ସମୟରେ ଖେଳ ବେଶ ରୋମାଞ୍ଚକର ହୋଇଥିଲା ।

    ଅଗ୍ରଣୀ ପାଇଁ ଉଭୟ ଦଳ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିବାକୁ ମିଲିଥିଲା । ନିର୍ଦ୍ଧାରିତ ସମୟରେ ଖେଳ ୧-୧ ସ୍ଥିତିରେ ରହିଥିଲା । ଇନଜୁ୍ୟରୀ ଟାିମର ଶେଷ ମିନିଟରେ ଗୋଆ ବାଜି ମାରିଥିଲା । ବିଜୟ ସହ ଦଳ ପୂର୍ଣ୍ଣ ୩ ପଏଣ୍ଟ ହାସଲ କରିଥିଲା ବେଳେ ଇଷ୍ଟ ବେଙ୍ଗଲ କ୍ରମାନ୍ୱୟରେ ଦ୍ୱିତୀୟ ମ୍ୟାଚରେ ପରାଜିତ ହୋଇଥିଲେ ।   

    Maximum 500 characters

    Find Us on Facebook