Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଚେନ୍ନାଇ ବନାମ ମୁମ୍ବାଇ ମୁକାବିଲା

    Share on :
    ajab-Image
    Date: May 12, 2022    Views: 4629

    ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୫୯ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ  ମଧ୍ୟରେ ଖେଳାଯିବ । ପ୍ଲେ-ଅଫ୍‌ ଦୌଡରୁ ବାଦ ପଡିଥିବା ମୁମ୍ବାଇ କେବଳ ସମ୍ମାନ ପାଇଁ ଖେଳିବ । ପ୍ଲେ-ଫରେ ପହଞ୍ଚିବା କଷ୍ଟ ହେଲେ ମଧ୍ୟ ସୁପରକିଙ୍ଗ୍ସର ସାମାନ୍ୟ ଆଶା ରହିଛି । ଆଇପିଏଲରେ ସବୁଠୁ ଶକ୍ତିଶାଳୀ ଦଳ ଚେନ୍ନାଇ ଓ ମୁମ୍ବାଇର ପ୍ରଦର୍ଶନ ଚଳିତ ସିଜିନରେ ନୈରାଶ୍ୟଜନକ ରହିଛି । ଉଭୟ ମୋଟ ୯ଟି ଟାଇଟଲ ଜିତି ସାରିଛନ୍ତି ହେଲେ ଏଥର ଟାଇଟଲ ଦୌଡରେ ପଛୁଆ ପଡିଯାଇଛନ୍ତି ।

    ସୁପରକିଙ୍ଗ୍ସ ବର୍ତ୍ତମାନ ୧୧ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଏଯାଏଁ ମାତ୍ର ୨ଟି ମ୍ୟାଚ ଜିତିଛି । ଉଭୟ ଦଳ ଗତ ୨୧ ତାରିଖରେ ପରସ୍ପରକୁ ଭେଟିଥିଲେ । ଉକ୍ତ ମ୍ୟାଚକୁ ସୁପରକିଙ୍ଗ୍ସ ଜିତି ନେଇଥିଲା । ଆଜିର ମ୍ୟାଚକୁ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ମୁମ୍ବାଇ । ସେପଟେ ଚେନ୍ନାଇର ଓପନର କନୱେ ଓ ଗାଏକ୍ବାର୍ଡ ଫର୍ମକୁ ଫେରିଛନ୍ତି । ଦଳକୁ ବୋଲିଂ ବିଭାଗ ଉପରେ ନଜର ରଖିବାକୁ ପଡିବ । ସେପଟେ ଅଲରାଉଣ୍ଡର ଜାଡେଜା ଆହତ ହୋଇ ଆଇପିଏଲରୁ ବାଦ ପଡିଛନ୍ତି ତାଙ୍କ ଅନୁପସ୍ଥିତି ପାଇଁ ଦଳ ଯେପରି କିଛି ତ୍ରୁଟି ନ କରେ ସେ ଦିଗରେ ଧ୍ୟାନ ଦେବାକୁ ପଡିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook