ମୁଖ୍ୟ ଖବର
ମୁମ୍ବାଇ: ଚଳିତ ଆଇପିଏଲରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କୋରୋନା ଆତଙ୍କ ଥିବାକୁ ସଠିକ ସମୟରେ ମ୍ୟାଚ ହେବା ନେଇ ଆଶଙ୍କା ରହିଛି । ମ୍ୟାଚକୁ ପୁଣେରୁ ମୁମ୍ବାଇକୁ ସ୍ତାନାନ୍ତରିତ କରାଯାଇଛି । ତଥାପି ସମସ୍ତ ଖେଳାଳିଙ୍କ କୋରୋନା ରିପୋର୍ଟ ଆସିବା ପରେ ମ୍ୟାଚ ଆୟୋଜିତ ହେବ ।
ଉଭୟ ଦଳ ପାଇଁ ଆଜିର ମ୍ୟାଚ ଜିତିବା ଗୁରୁତ୍ବପୂର୍ଣ୍ଣ । ଦିଲ୍ଲୀ ୫ଟି ମ୍ୟାଚରୁ ୨ଟି ଜିତି ପଏଣ୍ଟ ଟେବୁଲ ଶେଷ ଆଡୁ ତୃତୀୟରେ ରହିଛି । ଯଦି ମ୍ୟାଚ ହୁଏ ତେବେ ଆଜିର ମ୍ୟାଚକୁ ଜିତିବାକୁ ଦଳ ସବୁ ଶକ୍ତି ଖଟାଇବ । ସେହପରି ପଞ୍ଜାବ କିଙ୍ଗସ ୬ଟି ମ୍ୟାଚରୁ ୩ଟି ଜିତି ଦିଲ୍ଲୀ ଉପର ସ୍ଥାନରେ ରହିଛି । ଆଜିର ମ୍ୟାଚ ଜିତିବାକୁ ଦଳ କୌଣସି ସୁଯୋଗ ହାତଛଡା କରିବ ନାହିଁ ।
Comments ସମସ୍ତ ମତାମତ