Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ ନିଲାମୀରେ ଓଡ଼ିଶାରୁ ୫ ଖେଳାଳି

    Share on :
    ajab-Image
    Date: Jan 23, 2022    Views: 3256

    କଟକ: ଆଇପିଏଲ ସିଜିନ-୧୫ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ୧୦ଟି ଟିମକୁ ନେଇ ଖେଳାଯିବ ଚଳିତ ଆଇପିଏଲ । ଆଇପିଏଲ ସିଜିନ-୧୫ ପାଇଁ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ମେଗା ଅକ୍ସନ । ମେଗା ନିଲାମ ପାଇଁ ବିସିସିଆଇ ୧୨୧୪ ଜଣିଆ ତାଲିକା ଜାରି କରିଛି । ଏହି ୧୨୧୪ ଜଣ ଖେଳାଳିଙ୍କ ମଧ୍ୟରୁ ଓଡ଼ିଶାରୁ ଅଛନ୍ତି ୫ ଜଣ । ସେମାନେ ହେଉଛନ୍ତି ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଏବଂ ରାଜେଶ ମହାନ୍ତି । ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟୁର୍ଣ୍ଣାମେଣ୍ଟ ଏବଂ ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ ପାଇଁ ଏହି ଖେଳାଳି ଆଇପିଏଲ ନିଲାମୀରେ ସାମିଲ ହୋଇଥିବା ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ କହୁଯାଇଛି । ନିଲାମ ପାଇଁ ସାମିଲ ହୋଇଥିବା ଏହି ପାଞ୍ଚ ଖେଳାଳିଙ୍କ ମଧ୍ୟରୁ ଅଭିଷେକ ରାଉତ ପୂର୍ବରୁ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସାରିଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲର ମେଗା ନିଲାମରେ ଓଡ଼ିଆ ଖେଳାଳିଙ୍କୁ ନିଶ୍ଚିତ ଭାବରେ ଫ୍ରାଞ୍ଚାଇଜ କିଣିବେ ବୋଲି ଆଶାବ୍ୟକ୍ତ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ ।

    Maximum 500 characters

    ଖେଳ ଖବର View all

    Find Us on Facebook