Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇଣ୍ଡିଗୋ ବିମାନକୁ ବୋମା ଧମକ

    Share on :
    ajab-Image
    Date: Dec 2, 2025    Views: 2305

    ନୂଆଦିଲ୍ଲୀ:  : କୁଏତରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକପୂର୍ଣ୍ଣ ବାର୍ତ୍ତା ଯୋଗୁଁ ବିମାନକୁ ମୁମ୍ବାଇ ବିମାନବନ୍ଦରେ ଜରୁରୀ ଅବତରଣ କରାଯାଇଛି ।

    ସୂଚନା ଅନୁସାରେ ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖୀ ଇଣ୍ଡିଗୋ ବିମାନ-୬ଇ୧୨୩୪କୁ ବୋମା ଥିବା ଧମକ ମିଳିଥିଲା । ​​ଯାହା ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରାଯାଇଥିଲା । ଇଣ୍ଡିଗୋ ଅଧିକାରୀ ଧମକ ବାର୍ତ୍ତା ପାଇବା ପରେ ପ୍ରୋଟୋକଲ ଅନୁସରଣ କରି, ତୁରନ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜଣାଇଥିଲେ ଏବଂ ବିମାନରେ ଆବଶ୍ୟକ ସୁରକ୍ଷା ଯାଞ୍ଚ କରିବାରେ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ କରିଥିବା ସୂଚନା ରହିଛି । ମିଳିଥିବା ତଥ୍ୟ ଅନୁସାରେ ଇମେଲ୍ ମାଧ୍ୟମରେ ବିମାନରେ ‘ମାନବ ବୋମା’ ଥିବା ବାର୍ତ୍ତା ଆସିଥିଲା । ଏହାପରେ ଇଣ୍ଡିଗୋ ଅଧିକାରୀ ମାନେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରି ଦେଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook