Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ହଟିବେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

    Share on :
    ajab-Image
    Date: Mar 20, 2022    Views: 6065

    ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ନେତା ଓ ସେନାର ଆଉ ଆସ୍ଥା ନାହିଁ  । ଧିରେଧିରେ ଇମ୍ରାନ ଖାନଙ୍କ ପ୍ରତି ସମର୍ଥନ କମିବାରେ ଲାଗିଛି  । ଏସବୁକୁ ଆଖି ଆଗରେ ରଖି ଇମ୍ରାନ ଖାନଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ପ୍ରଧାନମନ୍ତ୍ରୀ ବାଛିବା ପାଇଁ କସରତ ଆରମ୍ଭ ହୋଇଯାଇଛି  । ଇମ୍ରାନ ଖାନଙ୍କ ସ୍ଥାନରେ ପାକ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରୈସି କିମ୍ବା ପରଭେଜ ଖଟକଙ୍କୁ  ପ୍ରଧାନମନ୍ତ୍ରୀ କରାଯାଇପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି  ।

    ଇମ୍ରାନ ଖାନଙ୍କୁ ଏବେ ତାଙ୍କରି ଦଳର ୨୪ ଜଣ ସାଂସଦ ବିରୋଧ କରିବା ଆରମ୍ଭ କରିଛନ୍ତି  । ସେମାନେ ଇମ୍ରାନଙ୍କୁ ହଟାଇବାକୁ ଚାହୁଁଛନ୍ତି  । ସେହିପରି ସହଯୋଗୀ ଦଳର କେତେକ ସାଂସଦ ମଧ୍ୟ ଇମ୍ରାନ ପାକିସ୍ତାନର ନେତୃତ୍ୱ ନିଅନ୍ତୁ ବୋଲି ଚାହୁଁନାହାନ୍ତି  । ଏଭଳି ସମୟରେ କୁ୍ୟରେସୀ ସମସ୍ତଙ୍କୁ ଏକଜୁଟ କରିବାରେ ଲାଗି ପଡ଼ିଛନ୍ତି  । ବିରୋଧୀଙ୍କୁ ଏକତ୍ରିତ କରି ସେ ତାଙ୍କ ସପକ୍ଷରେ ସ୍ଥିତି ମଜବୁତ କରିବାକୁ ଚାହୁଁଥିବା କୁହାଯାଉଛି  । ଏମକୁ୍ୟଏମେ ପି ଦଳର ନେତା ଡାକ୍ତର ଖାଲିଦ ମକବୁଲ କହିଛନ୍ତିଯେ, ଇମ୍ରାନ ଖାନ ଆଉ କ୍ଷମତାରେ ନରହିବା ଭଳି ଅନୁଭବ ହେଉଛି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook