Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 12TH

ମୁଖ୍ୟ ଖବର

    ଆଇସିଏସଇ ଦ୍ୱାଦଶ ପରୀକ୍ଷା ସୂଚୀ ଜାଣନ୍ତୁ

    Share on :
    ajab-Image
    Date: Apr 7, 2022    Views: 6867

    ନୂଆଦିଲ୍ଲୀ: ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ପରିଷଦ(ସିଆଇଏସସିଇ) ଆଇସିଏସଇ / ଆଇଏସସି ସେକେଣ୍ଡ ସେମିଷ୍ଟାର ପରୀକ୍ଷା ୨୦୨୨ ପାଇଁ ସମୟ ସାରଣୀ ପ୍ରକାଶ କରିଛି । 
    ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷଣର ତାରିଖକୁ ଧ୍ୟାନରେ ରଖି ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । କ୍ୟାରିୟର ପୋର୍ଟାଲର ସର୍କୁଲାର ବିଭାଗରେ, ସିଆଇଏସସିଇ ର ୱେବସାଇଟରେ ମଧ୍ୟ ସମୟ ସାରଣୀ ଉପଲବ୍ଧ । ବିଜ୍ଞପ୍ତି ଅନୁଯାୟୀ, ଆଇସିଏସଇ ପରୀକ୍ଷା ଏପି୍ରଲ ୨୫ରୁ ଆରମ୍ଭ ହେବ ଏବଂ ୨୦୨୨ ମସିହା ମେ ୨୦ ପର୍ଯ୍ୟନ୍ତ ଚାଲିବ । ଆଇଏସସି ପରୀକ୍ଷା ଏପି୍ରଲ ୨୫ରୁ ଜୁନ ୬,୨୦୨୨ ପର୍ଯ୍ୟନ୍ତ ହେବ ।


    ଆଇସିଏସଇ ପରୀକ୍ଷା ସକାଳ ୧୧ଟାରୁ ଅନୁଷ୍ଠିତ ହୋଇଥିବାବେଳେ ଅପରାହ୍ନ ସିଫ୍ଟରେ (ଅପରାହ୍ନ ୨ଟାରୁ) ଆଇଏସସି ପରୀକ୍ଷା କରାଯିବ । ପରୀକ୍ଷାର ସମୁଦାୟ ଅବଧି ୧.୫ ଘଣ୍ଟା , ଏବଂ ପ୍ରଶ୍ନପତ୍ର ପଢ଼ିବା ପାଇଁ ପାର୍ଥୀମାନଙ୍କୁ ଅତିରିକ୍ତ ୧୦ ମିନିଟ ଦିଆଯିବ । ଦ୍ୱାଦଶ ଶ୍ରେଣୀ ପାଇଁ ଆଇଏସସି ପରୀକ୍ଷା ଏପ୍ରିଲ ୨୫ରେ ଇଂରାଜୀ ସାହିତ୍ୟ ସହିତ ଆରମ୍ଭ ହେବାର ଯୋଜନା ରହିଛି । ଲାଷ୍ଟ୍ ପେପର୍ ବ୍ୟବସାୟ ଅଧ୍ୟୟନ ଜୁନ ୬ରେ ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ପରୀକ୍ଷା ଦେଢ଼ ଘଣ୍ଟା ହେବ ।

    ଦଶମ ଆଇସିଏସଇ ପରୀକ୍ଷା ମଧ୍ୟ ଏପ୍ରିଲ ୨୫ରୁ  ଇଂରାଜୀ ପେପରରୁ ଆରମ୍ଭ ହେବ  । ଆଇସିଏସଇ ପରୀକ୍ଷା ମଇ୨୦ ତାରିଖ ଦିନ ବାଣିଜ୍ୟ ଅଧ୍ୟୟନ (ଗ୍ରୁପ୨ ଇଲେକ୍ଟିଭ) ସହିତ ଶେଷ ହେବ । 

    Maximum 500 characters

    ICSE 12TH View all

    Find Us on Facebook