Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଏପ୍ରିଲରେ ଆଇସିଏସଇ ଆଇଏସସି ବୋର୍ଡ ପରୀକ୍ଷା, ପଢିବେ ଏହି ବହି?

    Share on :
    ajab-Image
    Date: Apr 7, 2022    Views: 7914

    ମୁମ୍ବାଇ: କାଉନସିଲ ଅଫ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଅଇଏସସିଇ) ଘୋଷଣା କରିଛି ଯେ ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସେକେଣ୍ଡ ସେମିଷ୍ଟାର ବୋଡର଼୍ ପରୀକ୍ଷା ଏପ୍ରିଲ ଶେଷ ସପ୍ତାହରେ ଅନୁଷ୍ଠିତ ହେବ । ପ୍ରି-ବୋଡର଼୍ କରିବା ପୂର୍ବରୁ ଅବଶିଷ୍ଟ ୫୦% ସିଲାବସ ଏବଂ ରିଭିଜନ ସଂପୂର୍ଣ୍ଣ କରିବାକୁ ବୋଡର଼୍ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧେଶ ଦେଇଛି ।

    ଏହି ସମୟରେ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ଚିଠି ଲେଖିଛି ଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟୀକାକରଣ ପ୍ରାଥମିକ ଭିତ୍ତିରେ କରାଯିବାବେଳେ ପିତାମାତାଙ୍କ ସହମତି ବାଧ୍ୟତାମୂଳକ ଅଟେ । ୨୦୨୨ରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହେବା ସହିତ ଛାତ୍ରଛାତ୍ରୀଙ୍କୁ ପାଇଁ ବୋଡର଼୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଟିକେ କଷ୍ଟସାଧ୍ୟ ହୋଇପଡ଼ିଛି । ତେଣୁ, ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନର ପ୍ରକାର ବୁଝିବା ପାଇଁ ସେମାନେ ନମୁନା ପାର୍ଟନ ସହିତ କିଛି ଭଲ ପୁସ୍ତକ ଆବଶ୍ୟକ କରନ୍ତି । ନମୁନା କାଗଜପତ୍ର, ବ୍ୟାଖ୍ୟାକାରୀ ନୋଟ, ସଂଶୋଧନ ନୋଟ ଏବଂ ଅନ୍ୟାନ୍ୟ ଅନଲାଇନରେ ଅନେକ ପୁସ୍ତକ ଉପଲବ୍ଧ ଅଛି ଯାହା ଆପଣଙ୍କୁ ଆଇସିଏସଇ ଏବଂ ଆଇଏସସି ବୋଡର଼୍ ପରୀକ୍ଷାରେ ଭଲ ମାର୍କ ସ୍କୋର କରିବାରେ ସାହାଯ୍ୟ କରିବ ।

    କିଛି ଭଲ ଆଇସିଏସଇ ଏବଂ ଆଇଏସସି ବହିଗୁଡ଼ିକ:
    ସେକେଣ୍ଡ ସେମିଷ୍ଟାର ୨୦୨୨ ବୋଡର଼୍ ପରୀକ୍ଷାରେ ଆପଣଙ୍କୁ ଭଲ ସ୍କୋର କରିବାକୁ ସାହାଯ୍ୟ କରିବ ଏହି ବହି । ପରୀକ୍ଷାରେ ଆସୁଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଜାଣିବା ଓ ଏଥିପାଇଁ ପୂର୍ବ ପ୍ରସ୍ତୁତି ହେବାରେ ଏହା ସହାୟକ ହେବ ।

    ପ୍ରାୟ ଛାତ୍ରଙ୍କର ବିଜ୍ଞାନ ଏବଂ ଗଣିତରେ ଟିକେ ବୁଝିବାର ପ୍ରୋବ୍ଲେମ ରୁହେ । ଯଦି ଆପଣ ଭଲ ମାର୍କ ରଖିବାକୁ ଚାହୁଁଛନ୍ତି, ତେବେ ନମୁନା ପେପରର ‘ଓସ୍ୱାଲ ଏନସିଇଆରଟି’ ଏହି ସେଟ ଆଇସିଏସଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିବ । ଏହି ବହିଟି ମୁଖ୍ୟତଃ ଆଇସିଏସଇ ସେକେଣ୍ଡ ସେମିଷ୍ଟାର ପାଇଁ ଡ଼ିଜାଇନ ହୋଇଛି, ଏହି ପୁସ୍ତକ ଗୁଡ଼ିକ ସଂଶୋଧିତ ନୋଟ ସହିତ ଉପଲବ୍ଧ ଯାହାକି ପରୀକ୍ଷା ପାଇଁ ଉତ୍ତମ ହେବ । ଏହି ପୁସ୍ତକଗୁଡ଼ିକ ଉନ୍ନତ ଶିକ୍ଷାରେ ସାହାର୍ୟ୍ୟ କରେ । ଏଥିରେ ଆପଣ ପଦାର୍ଥ ବିଜ୍ଞାନ ଓ ରାସାୟନିକ ବିଜ୍ଞାନ ଓ ଗଣିତର ବଛାବଛି ପୁସ୍ତକ ପାଇ ପାରିବେ । ଏହାକୁ ଆପଣ ଅନଲାଇନରେ ମଧ୍ୟ ଅଡ଼ର କରିପାରିବେ ।  

    Maximum 500 characters

    ଆମ ସମସ୍ୟା View all

    Find Us on Facebook