ମୁଖ୍ୟ ଖବର
ନୂଆଦିଲ୍ଲୀ: ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ ସେକେଣ୍ଡାରୀ ଏଡୁକେସନ୍ (ଆଇସିଏସଇ) ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିସାରିଛି । ଆଇସିଏସଇ ଦ୍ୱାଦଶ ପରୀକ୍ଷା ଏପ୍ରିଲ୍ ୨୫ରୁ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଏକ ଉପଯୁକ୍ତ ଅଧ୍ୟୟନ ଯୋଜନା କିମ୍ବା ରଣନୀତି ଅନୁସରଣ କରି ସେମାନଙ୍କ ପ୍ରସ୍ତୁତି ସହିତ ପ୍ରସ୍ତୁତ ହେବା ଆବଶ୍ୟକ । ବର୍ଷସାରା ଅନଲାଇନ୍ କ୍ଲାସ୍ ଏବଂ ଏକ ସଂଶୋଧିତ ସିଲାବସ୍ ସହିତ, ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାବେଳେ ଛାତ୍ରଛାତ୍ରୀମାନେ ଏହାକୁ ଟିକେ କଷ୍ଟସାଧ୍ୟ ମନେ କରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରସ୍ତୁତି ଜାରି ରଖିବା ପାଇଁ ଏକ ଚତୁର ଉପାୟ ଅବଲମ୍ବନ କରିବା ଉଚିତ୍ । ସିଲାବସ୍ ବୁଝିିବା, ସର୍ଟ ନୋଟସ୍ ତିଆରି କରିବା ଏବଂ ସାମ୍ପୁଲ ପେପର୍ସ ସମାଧାନ କରିବା ହେଉଛି ପରୀକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଯଦି ଆପଣ ପରୀକ୍ଷାରେ ଭଲ ମାର୍କ ରଖିବାକୁ ଚାହୁଁଛନ୍ତି, ଏହି ସବୁ ଟିପ୍ସ ଆପଣାନ୍ତୁ ।
-ପ୍ରତିଦିନ ଅତି କମରେ ୪ଘଣ୍ଟା କିମ୍ବା ଅଧିକ ସମୟ ଅଧ୍ୟୟନ କରିବା ଉଚିତ୍ । ଆପଣ ସର୍ବଦା ସମୟ ବ୍ୟବଧାନକୁ ଛୋଟ ଛୋଟ ସ୍ଲଟରେ ବିଭକ୍ତ କରି ସବୁ ବିଷୟକୁ ପଢିପାରିବେ । ଏମିତି କରିବା ଦ୍ୱାରା ପ୍ରତିଦିନ ଆପଣ ସବୁ ବିଷୟକୁ ସମୟ ଦେଇ ପାରିବେ ।
-ପୂର୍ବବର୍ଷ ଗୁଡିକର ପ୍ରଶ୍ନପତ୍ର ସମାଧାନ କରନ୍ତୁ । ଏହା ଅଧିକ ମାର୍କ ସ୍କୋର କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସାଧାରଣତଃ ବୋର୍ଡ ପୂର୍ବବର୍ଷ ପ୍ରଶ୍ନଗୁଡିକୁ ପୁନରାବୃତ୍ତି କରିଥାଏ । ତେଣୁ ଆପଣ ପୂର୍ବ ବର୍ଷର ପ୍ରଶ୍ନପତ୍ର ଗୁଡିକୁ ଅଭ୍ୟାସ କରିବା ଦ୍ୱାରା ପରୀକ୍ଷାରେ ପ୍ରଶ୍ନପତ୍ର ବୁଝିବାରେ ସହାୟକ ହୋଇଥାଏ ।
-ଯଦି ଆପଣ ପଢିଲାବେଳେ ନୋଟ ଲେଖନ୍ତି ନାହିଁ କିନ୍ତୁ ଆପଣ ପଢିସାରିଛନ୍ତି । ତେବେ ଆପଣଙ୍କ ପ୍ରସ୍ତୁତି ଅଧା ହୋଇଛି । ସର୍ବଦା ପଢିଲାବେଳେ ନୋଟ ପ୍ରସ୍ତୁତି କରନ୍ତୁ । କାରଣ ଅଧ୍ୟୟନ କରିବା ସମୟରେ ଲେଖିବା କେବଳ ଜିନିଷଗୁଡିକୁ ଅଧିକ ପ୍ରଭାବଶାଳୀ ମନେ ରଖିବାରେ ସାହାଯ୍ୟ କରେ ନାହିଁ, ବରଂ ଶେଷ ମୁହୂର୍ତ୍ତରେ ରେଫରେନ୍ସ ପାଇଁ ସର୍ବଦା ନୋଟ୍ ଉପରେ ଆବଶ୍ୟକ ପଡିପାରେ । ତେଣୁ ପରୀକ୍ଷାରେ ଅଧିକ ମାର୍କ ସ୍କୋର କରିବାକୁ ନୋଟ୍ ନେବା ଏକାନ୍ତ ଆବଶ୍ୟକ ।
-ପରୀକ୍ଷା ପ୍ରସ୍ତୁତି କରିବା ସମୟରେ ବିଲକୁଲ୍ ଚିନ୍ତାଗ୍ରସ୍ତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ । ଅନେକ ପିଲା ଗୋଟିଏ ରାତିରେ ପୁରା ସିଲାବସ୍ ମଗ୍ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ପଢାରୁ କିଛି ସମୟ ବିରତି ନେଇ ଆରାମ କରିବା ଆବଶ୍ୟକ । ନଚେତ ଏହା ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ ।
Comments ସମସ୍ତ ମତାମତ