Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ଆଇସିସି ମହିଳା ବିଶ୍ୱକପରେ କେଉଁ ଖେଳାଳୀ କରିଛନ୍ତି ଦମଦାର ପ୍ରଦର୍ଶନ

    Share on :
    ajab-Image
    Date: Mar 24, 2022    Views: 9406

    ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପ ୨୦୨୨ରେ ଅଷ୍ଟ୍ରେଲିଆ ଟିମ ଚମତ୍କାର ପ୍ରଦର୍ଶନ କରିଛି  । ଅଷ୍ଟ୍ରେଲୀୟ ଖେଳାଳୀ ମେଗ ଲାନିଂ ସର୍ବାଧିକ ୩୫୮ ରନ କରି ଆଗରେ ଥିବାବେଳେ ଏହା ପଛକୁ ରହିଛନ୍ତି ଦକ୍ଷିଣ ଆଫ୍ରିକୀୟ ଖେଳାଳୀ ଲୌରା ୱଲଭାରଡଟ  । ସେ ୩୫୩ ରନ କରି ଏବେ ଲାନିଂଙ୍କୁ ଟକ୍କର ଦେଉଛନ୍ତି  ।
    ଅଷ୍ଟ୍ରେଲିଆର ରାଚେଲ ହାୟେନସ ୩୩୭ ରନ କରି ତୃତୀୟ ସ୍ଥାନରେ ଥିବାବେଳେ ଚତୁର୍ଥ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ସୋଫି ଡିଭାଇନ  । ଯିଏକି ଟୁର୍ଣ୍ଣାମେଣ୍ଟରେ ୨୯୭ ରନ କରିବାରେ ସଫଳ ହୋଇଛନ୍ତି  । ଆମ ଭାରତର ଖେଳାଳୀ ହରମନପ୍ରୀତ କୌର ୨୭୦ ରନ କରି ପଞ୍ଚମ ସ୍ଥାନରେ ରହିଛନ୍ତି  ।

    ଇଏତ ଗଲା ବ୍ୟାଟ୍ସମ୍ୟାନଙ୍କ କଥା  । ବୋଲିଂରେ ଇଂଲଣ୍ଡର ସୋଫି ଏକଲେଷ୍ଟୋନ ୬ ମ୍ୟାଚରୁ ୧୧ଟି ୱିକେଟ ନେଇପାରିଛନ୍ତି  । ଯେତେବେଳେକି ଦକ୍ଷିଣ ଆଫ୍ରିକାର ଆୟାବୋଙ୍ଗା ଖାକା ୧୦ଟି ୱିକେଟ ନେଇଛନ୍ତି  । ଅପରପକ୍ଷରେ ୱେଷ୍ଟଇଣ୍ଡିଜର ହେଲି ମାଥ୍ୟୁସ ୧୦ଟି, ନ୍ୟୁଜିଲାଣ୍ଡର ଲି ତାହୁନୁ ୧୦ଟି, ଦକ୍ଷିଣ ଆଫ୍ରିକାର ମାରିଜାନେ କାପ ୧୦ଟି, ଭାରତର ପୂଜା ବସ୍ତ୍ରାକାର ୧୦ଟି ଓ ସ୍ନେହା ରାଣା ମଧ୍ୟ ୧୦ଟି ୱିକେଟ ନେବାରେ ସଫଳ ହୋଇଛନ୍ତି  ।

    Maximum 500 characters

    WOMEN CRICKET View all

    Find Us on Facebook