Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ଆଇସିସି ମହିଳା ବିଶ୍ୱକପ : ଜାଣନ୍ତୁ ପଏଣ୍ଟ ଟେବୁଲରେ କିଏ ଆଗରେ ?

    Share on :
    ajab-Image
    Date: Mar 24, 2022    Views: 8649

    ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପର ଅଧିକାଂଶ ମ୍ୟାଚ ସରି ଯାଇଛି  । ପଏଂଟ ଟେବୁଲ ଅନୁଯାୟୀ ଏବେ ସେମିଫାଇନାଲିଷ୍ଟ ଚୟନ କରାଯିବ  । ଭାରତ ଏବେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବାବେଳେ ସର୍ବାଗ୍ରେ ରହିଛି ଅଷ୍ଟ୍ରେଲିଆ  ।

    ଅଷ୍ଟ୍ରେଲିଆ ଏଯାବତ ୬ଟି ମ୍ୟାଚ ଖେଳି ୬ଟିରେ ବିଜୟ ହେବା ସହ ୧୨ ପଏଂଟ ହାସଲ କରିଛି  । ଦଳ ସେମିଫାଇନାଲ ଯିବା ଏକରକମ ନିଶ୍ଚିତ ହୋଇଯାଇଛି  । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏରେ ପରାସ୍ତ ହୋଇଛି  । ଦଳ ୯ ପଏଂଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି  । ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ ତୃତୀୟ ସ୍ଥାନରେ ଥିବାବେଳେ ୭ ପଏଂଟ ପାଇଛି  । ଦଳ ୭ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଛି  । ଅପରପକ୍ଷରେ ଇଂଲଣ୍ଡ ମହିଳା ଟିମ ୬ ମ୍ୟାଚରୁ ୩ଟିରେ ବିଜୟୀ ହୋଇ ୬ ପଏଂଟ ପାଇଥିବାବେଳେ ଚତୁର୍ଥ ସ୍ଥାନରେ ରହିଛି  । ଭାରତ ମଧ୍ୟ ସମାନ ମ୍ୟାଚରୁ ସମାନ ୬ ପଏଂଟ ପାଇଥିଲେବି ଇଂଲଣ୍ଡର ରନରେଟ ଅଧିକ ରହିଥିବାରୁ ଭାରତ ପଞ୍ଚମ ସ୍ଥାନକୁ ଠେଲି ହୋଇଯାଇଛି  । ନ୍ୟୁଜିଲାଣ୍ଡ ଟିମ ୬ ମ୍ୟାଚରୁ ୨ଟିରେ ବିଜୟୀ ହୋଇ ଷଷ୍ଠ ସ୍ଥାନରେ ରହିଛି  । ଏହାପଛକୁ ବାଂଲାଦେଶ ଟିମ ଥିବାବେଳେ ସବାତଳେ ରହିଛି ପାକିସ୍ତାନ  ।

    Maximum 500 characters

    WOMEN CRICKET View all

    Find Us on Facebook