Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଛି କି, ଶୋଇବା ଘରେ ରଖନ୍ତୁ ନାହିଁ ଏହି ଜିନିଷ

    Share on :
    ajab-Image
    Date: Oct 25, 2021    Views: 3074

    ସମସ୍ତେ ଚାହାନ୍ତି କି ତାଙ୍କର ବୈବାହିକ ଜୀବନ ସବୁବେଳେ ସୁଖ ଶାନ୍ତିରେ କଟୁ। ଦୁହିଁଙ୍କ ମଧ୍ୟରେ ଥିବା ଭଲ ପାଇବା ଅତୁଟ ରହୁ। ମାତ୍ର ବେଳେବେଳେ ବୁଝି ହୁଏନା କେଉଁ କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ। ଆଉ ତାହା ଗୋଟେ କି ଦୁଇ ଦିନ ପାଇଁ ନ ଥାଏ। ଅହରହ ସେମାନଙ୍କ ମଧ୍ୟରେ କଳହ ଲାଗି ରହିଥାଏ।


    ଏହି କଳହ ପଛର କାରଣ ବେଡ଼୍ରୁମ୍ ମାନେ ଶୋଇବା ଘର ନୁହେଁ ତ। ମାନେ ଶୋଇବା ଘରେ  ଯଦି ଖଟ ଠିକ ସ୍ଥାନରେ ନ ପଡ଼ିନଥିବ ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିବ।  ପୁଣି ଖଟ ଯଦି ଠିକ ସ୍ଥାନରେ ନ ପଡ଼ିନଥିବ ତେବେ ନକାରାତ୍ମକ ଶକ୍ତି ଘରକୁ ଆସିଥାଏ। ଯଦି ଆପଣ ଚାହୁଁଛନ୍ତି ଦୁହିଁଙ୍କ ମଧ୍ୟରେ କଳହ ନ ହେଉ ତେବେ ଆପଣାନ୍ତୁ ବାସ୍ତୁ ଟିପ୍ସକୁ।


    ୧. କେବେ ବି ଶୋଇବା ଖଟକୁ ଝରକା କିମ୍ବା କାନ୍ଥକୁ ଲଗାଇକରି ରଖନ୍ତୁ ନାହିଁ। ଏଥିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିଯାଏ। ଅସହଯୋଗ ଭଳି ପ୍ରକୃତି ମଧ୍ୟ ବଢ଼ିଯାଏ।

    ୨. ଘରର ଛାତ ତଳେ ବିମ୍ ରହିବା ଭଲ ନୁହେଁ। ପରସ୍ପର ଭିତରେ କଳହ ଲାଗି ରହିବ।


    ୩. ଗୋଟିଏ ଖଟରେ ମେଟ୍ରେସ ବା ଗଦି ଦୁଇ ଅଲଗା ଅଳଗା ହୋଇ ରହିବା ଭଲ ନୁହେଁ। ଦୁହିଁଙ୍କ ଭଲପାଇବାରେ ଦୂରତା ସୃଷ୍ଟି ହୋଇଥାଏ।

    ୪. ଯେଉଁ ବେଡସିଟ ବା ଚାଦରରେ କଣା କିମ୍ବା ଚିରି ଯାଇଥିବ ତାକୁ କେବେ ବି ଖଟରେ ପକାଇବେ ନାହିଁ।

    ୫. ଖଟ ତଳେ କୈାଣସି ପ୍ରକାର ବସ୍ତୁ ରଖନ୍ତୁ ନାହିଁ।

    Maximum 500 characters

    ବିଶେଷ View all

    Find Us on Facebook