ମୁଖ୍ୟ ଖବର
ଭୁବନେଶ୍ୱର : ଭାରତ ୧୩ ତାରିଖରେ ନବନିର୍ମିତ ରାଉରକେଲା ବୀର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ଏଥିଲାଗି ଭାରତୀୟ ଦଳ ବୀର୍ସାମୁଣ୍ଡା ଷ୍ଟାଡିୟମରେ ଜୋରସୋରରେ ଅଭ୍ୟାସ ଆରମ୍ଭ ଚଲାଇଛି । ପ୍ରଥମ ଥର ଲାଗି ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ଭାରତର ପୁରୋଭାଗ ଖେଳାଲି ସୁକଜିତ ସିଂହ ଘରୋଇ ଦର୍ଶକ ସମ୍ମୁଖରେ ଖେଳିବାକୁ ଉତ୍ସାହିତ ଥିବା କହିଛନ୍ତି । ଗତ କିଛି ବର୍ଷ ହେବ ମୋ ପ୍ରଦର୍ଶନ ଦେଖି ଦଳରେ ସ୍ଥାନ ଦେଇଥିବାରୁ ମୁଖ୍ୟ ପ୍ରଶିକ୍ଷକ ଗ୍ରାହକ ରିଡଙ୍କୁ ଧନ୍ୟବାଦ ଦେବି ବୋଲି ସେ କହିଛନ୍ତି । ବଡ ପ୍ରତିଯୋଗିତାରେ ପ୍ରଥମ ଥର ଖେଳିବାକୁ ଯାଉଥିବାରୁ ଉତ୍ସାହିତ ରହିଛି । ବିଶେଷ କରି ଘରୋଇ ଦର୍ଶକ ସମ୍ମୁଖରେ ବିଶ୍ୱ କପ ଖେଳିବା ମୋର ଉତ୍ସାହକୁ ଆହୁରି ବଢାଇ ଦେଇଛି , ବୋଲି ସୁଖଜିତ କହିଛନ୍ତି । ଗତ ବର୍ଷ ଫେବୃୟାରୀରେ ସୁଖଜିତଙ୍କ ବରିଷ୍ଠ ପଦାର୍ପଣ ହୋଇଥିଲା । ସ୍ପେନ ବିପକ୍ଷ ହକି ପ୍ରୋ ଲିଗରେ ସେ ନିଜର ପ୍ରଥମ ଗୋଲରେ ସ୍କୋର କରିଥିଲେ । ଏପର୍ଯ୍ୟନ୍ତ ସୁଖଜିତ ୧୬ ମ୍ୟାଚ ଖେଳି ୪ ଗୋଲ ଦେଇଛନ୍ତି । ଆମ ଶିବିରରେ ଦଳୀୟ ଭାବନା ବରି ରହିଛି । ସ୍ପେନ ବିପକ୍ଷର ପ୍ରଥମ ମ୍ୟାଚ ଖେଳିବା ପାଇଁ ଆମେ ଅନାଇ ରାହିଛି । ସମସ୍ତେ ସକରାତ୍ମକ ରହିବାସହ ପରସ୍ପରକୁ ସମର୍ଥ କରୁଛନ୍ତି । ଏକ ତାର ପ୍ରକୃତି ଆମ ଦଳରେ ଭରି ରହିଛି ।
ରାଉରକେଲର ସମସ୍ତ ଟିକେଟ ସରିଯାଇଛି । ତେଣୁ ଏହି ନୂଆ ଷ୍ଟାଡିୟମ ଭରିପୂର ରହିବ । ତେଣୁ ପ୍ରଶଂସକଙ୍କ ଉତ୍ସାହ ଆମକୁ ଆହୁରି ଉତ୍ସାହିତ କରିବ । ଆମ ପୁଲରେ ସ୍ପେନ, ଇଂଲଣ୍ଡ ଓ ୱେଲ୍ସ ରହିଛି ।ଆମେ ଗତ ବର୍ଷ ସ୍ପେନ ପ୍ରୋ ଲିଗରେ ସ୍ପେ, ଇଂଲଣ୍ଡ ବିପକ୍ଷରେ ଖେଳିଛୁ । ୱେଲ୍ସ ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳିଥିଲୁ । ଏହି ସବୁ ମ୍ୟାଚ ଦେଖି ଆମେ ପଜେଟିଭ ଓ ନେଗେଟିଭ ଦେଖି ଫ୍ରସ୍ତୁତ ହେଉଛୁ । ଆମ ଦଳର ନେତ୍ୃତ୍ୱ ବିଶ୍ୱର ଜଣେ ଶ୍ରେଷ୍ଠ ଡ୍ରାଗ ପ୍ଲିକର ହର୍ମନପ୍ରୀତ ସିଂହ ଙ୍କ ହାତରେ ରହିଛି ।ଆମର ବିଶ୍ୱସ ତାହ୍କ ନେତୃତ୍ୱରେ ଦଳ ଆଗକୁ ବଢିବ, ସୁକଜିତ ସିଂହ କହିଛନ୍ତି ।
Comments ସମସ୍ତ ମତାମତ