Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Hockey World Cup News

ମୁଖ୍ୟ ଖବର

    ରାଉରକେଲାରେ ରହିପାରିବେ ୧୫୦ରୁ ୨୦୦ ବିଦେଶୀ ଖେଳାଳି

    Share on :
    ajab-Image
    Date: Jan 9, 2023    Views: 2716

    ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ ଯେତିକି ପାଖେଇ ଆସୁଛି, ଦର୍ଶକଙ୍କ ମହଲରେ ଉତ୍ସାହ ସେତିକି ବଢ଼ିବାକୁ ଲାଗୁଛି । ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ପ୍ରସ୍ତୁତି ଶେଷ ହୋଇଛି । କେବଳ ବିଶ୍ୱକପ ଆରମ୍ଭ ହେବାକୁ ନେଇ ଅପେକ୍ଷା । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କହିବା ଅନୁଯାୟୀ, ଦର୍ଶକଙ୍କ ପାଇଁ କୌଣସି ପ୍ରକାରର କରୋନା କଟକଣା ରହିବ ନାହିଁ । ଦର୍ଶକମାନେ ପ୍ରତ୍ୟେକଟି ମ୍ୟାଚର ରୋମାଞ୍ଚ ନେଇପାରିବେ । ବିଶ୍ୱକପ ଆୟୋଜନ କରିବା ପାଇଁ ରାଉରକେଲା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଯେହେତୁ ପ୍ରଥମଥର ରାଉରକେଲାରେ ହକି ବିଶ୍ୱକପ ଅନୁଷ୍ଠିତ ହେବ ତେଣୁ ଏହାକୁ ନେଇ ସୁନ୍ଦରଗଡ଼ ବାସୀ ବେଶ ଉସôାହତ । ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରାୟତଃ ୨୦ଟି ସ୍ଥାନରେ ଅଷ୍ଟ୍ରୋ ଟର୍ଫ ବିଛା ଯାଉଛି । ସମସ୍ତ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ଛୋଟ ପିଲାଙ୍କୁ ମଧ୍ୟ ହକିରେ ସାମିଲ କରିବା ପାଇଁ ପର୍ଯ୍ୟାୟ ଆରମ୍ଭ ହୋଇଛି । ସେହିପରି ସ୍ଥାନୀୟ ଲୋକଙ୍କୁ ମ୍ୟାଚ ଦେଖାଇବା ପାଇର୍ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । 

    ରାଉରକେଲାରେ ୧୬ଟି ଯାକ ଦଳ ଖେଳିବେ ଏକକାଳୀନ ସେଠାରେ ୮ଟି ଦଳ ରହିପାରିବେ । ପୂର୍ବରୁ ରାଉରକେଲାରେ ସେମିତି ଭଲ ହୋଟେଲର ବ୍ୟବସ୍ଥା ନଥିଲା । କିନ୍ତୁ ଖେଳାଳିମାନଙ୍କ ରହିବା ପାଇଁ ଷ୍ଟାଡ଼ିୟମ ପରିସରରେ ଅନ୍ତର୍ଜାତୀୟମାନର ରହିବାର ବ୍ୟବସ୍ଥା କରାଯାଇଛି । ୧୫୦ରୁ ୨୦୦ ବିଦେଶୀ ଖେଳାଳି ସେଠାରେ ରହିବାର ବ୍ୟବସ୍ଥା ହୋଇଛି । ମାତ୍ର ୭ରୁ ୮ ମାସ ମଧ୍ୟରେ ଏହି ସବୁ ସୁବିଧାର ବିକାଶ କରାଯାଇଥିଲା । ଏହାର ପରିଚାଳନା ଦାୟିତ୍ୱ ଅସ୍ଥାୟୀ ଭାବେ ତାଜ ହୋଟେଲକୁ ପ୍ରଦାନ କରାଯାଇଛି । 

    ବର୍ତ୍ତମାନ କରୋନା ପାଇଁ ସେମିତି କିଛି କଟକଣା ନାହିଁ । ମାସ୍କ ପରିଧାନ ବାଧ୍ୟତାମୂଳକ ନୁହେଁ । ପୂରା ଷ୍ଟାଡ଼ିୟମରେ ବସି ଲୋକେ ମ୍ୟାଚ ଦେଖିବେ । ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି କଟକଣା ନାହିଁ । ଓଡ଼ିଶାର ଗାଁ ଗହଳି ଠାରୁ ସହର ପର୍ଯ୍ୟନ୍ତ ସବୁଠି ହକିର ମାହୋଲ ସୃଷ୍ଟି ହୋଇଛି । ଓଡ଼ିଶା କ୍ରମାନ୍ୱୟରେ ଦ୍ୱିତୀୟ ଥର ବିଶ୍ୱକପ ଆୟୋଜନ କରିବା ଏହା ଦେଶ ତଥା ରାଜ୍ୟ ପାଇଁ ଗୌରବର ବିଷୟ ।

    Maximum 500 characters

    Hockey World Cup News View all

    Find Us on Facebook