Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Hockey World Cup News

ମୁଖ୍ୟ ଖବର

    ହକି ବିଶ୍ୱକପ: କଳିଙ୍ଗ ଷ୍ଟାଡିୟମରେ ହେବ ଉଦଘାଟନୀ ମହା ସମାରୋହ

    Share on :
    ajab-Image
    Date: Jan 9, 2023    Views: 2753

    ଭୁବନେଶ୍ୱର: ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର  । ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ  । ସାରା ରାଜ୍ୟରେ ବଢୁଛି ହକି କ୍ରେଜ୍‌  । ଏପଟେ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର  । ବିଶ୍ୱକପ ପାଇଁ ନୂଆ ରୂପରେ ଝଲସୁଛି ଭୁବନେଶ୍ୱର ଓ ରାଉରକେଲା  । ଶେଷ ପର୍ଯ୍ୟୟରେ ପହଞ୍ଚିଛି ସୌନ୍ଦର୍ଯ୍ୟକରଣ କାମ । କୋଣ ଅନୁକୋଣରେ ସାଜସଜ୍ଜା  । ଷ୍ଟାଡିୟମ୍‌ ଭିତରେ ଓ ବାହାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇଛି । କାନ୍ଥ ବାଡରେ ଦେଖିବାକୁ ମିଳିଛି ହକି ମାନିଆ  । ବିଭିନ୍ନ ସ୍ଥାନରେ ଶୋଭା ପାଉଛି କିମ୍ବଦନ୍ତୀ ହକି ଖେଳାଳିଙ୍କ ଫଟୋ ଚିତ୍ର  । କେଉଁଠି ବିଶ୍ୱକପ୍‌ ଟ୍ରଫି  । ଆଉ କେଉଁଠି ବଡ ବଡ ହକି ଷ୍ଟିକ୍‌ ଓ ଖେଳାଳିଙ୍କ ପ୍ରତିକୃତି  । ଆସନ୍ତା ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ । ମହାସମାରୋହର ପାଳନ କରାଯିବ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ  । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ସମାରୋହ ପାଇଁ ମଧ୍ୟ ଅନଲାଇନରେ ବିକ୍ରି ହୋଇଥିଲା ଟିକେଟ  । 

    ହକି ବିଶ୍ୱକପ୍‌ ଉଦଘାଟନୀ କାର୍ୟ୍ୟକ୍ରମରେ କମ୍ପିବ ବାରବାଟୀ  । ଜଲୱା ଦେଖାଇବେ ବଲିଉଡ ସୁପରଷ୍ଟାର ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ  । ହକି ଫିଭର ସହ ଏମାନଙ୍କ ଉପସ୍ଥିତି ହକି ପ୍ରେମୀଙ୍କ ଉତ୍ସାହକୁ ଦୁଇଗୁଣା କରିବ  । ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମ, ଲିଶା ମିଶ୍ର, ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି, ନୀତି ମୋହନ, କଣ୍ଠଶିଳ୍ପୀ ବେନୀ ଦୟାଲ ଏବଂ ବ୍ଲାକସନ୍‌ ଡ୍ୟାନ୍ସ ଗ୍ରୁପ ମଧ୍ୟ ବିଶ୍ୱକପ ଉଦଘାଟନୀ କାର୍ୟ୍ୟକ୍ରମରେ ଯୋଗଦେବେ  । ଏମାନଙ୍କ ଉପସ୍ଥିତିରେ ବାରବାଟୀରେ ଆୟୋଜନ ହେବାକୁ ଥିବା କାର୍ୟ୍ୟକ୍ରମ ବେଶ ଆକର୍ଷିତ ହେବ  । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ଚାଲିବ ହକି ବିଶ୍ୱକପ୍‌  ।

    Maximum 500 characters

    Hockey World Cup News View all

    Find Us on Facebook