ମୁଖ୍ୟ ଖବର
ଭୁବନେଶ୍ୱର: ସାରା ରାଜ୍ୟରେ ବଢୁଛି ହକି କ୍ରେଜ୍ । ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଲଢେ଼ଇ ପାଇଁ ବିଦେଶୀ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭିନ୍ନ ଭିିନ୍ନ ସମୟରେ ସ୍ୱାଗତ କରିବାକୁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିଥିଲା ବେଲିଜିୟମ ଟିମ । ସେହିଦିନ କ୍ରମେ ମାଲେସିଆ, ଏହାପରେ ୧୨ଟା ୨୫ରେ ଆର୍ଜେଣ୍ଟିନା, ଦିନ ୧ଟା ୨୫ରେ ନ୍ୟୁଜିଲାଣ୍ଡ ଏବଂ ରାତି ୮ଟା ୫୫ରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ ପହଞ୍ଚିଥିଲେ । ପୂର୍ବରୁ ନେଦରଲାଣ୍ଡସ ଓ ଚିଲି ଟିମ ଭୁବନେଶ୍ୱରରେ ପହଞ୍ଚି ନିଜର ଅଭ୍ୟାସ ଜାରିରଖିଥିଲେ ।
କ୍ରମେ ୮ ତାରିଖ ରବିବାର ସକାଳ ସମୟରେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ସ୍ପେନ ଖେଳାଳିଙ୍କ ସହ କୋଚ ଓ ଅଫିସିଆଲ ସଦସ୍ୟ ମଧ୍ୟ ପହଁଞ୍ଚିଛନ୍ତି । ଚଳିତ ହକି ମହାକୁମ୍ବରେ ସ୍ପେନ ତାର ପ୍ରଥମ ମ୍ୟାଚ ଘରୋଇ ଟିମ ଭାରତ ବିପକ୍ଷରେ ଖେଳିବ । ଏଥିପାଇଁ ଦଳ ସମ୍ପୂର୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ପେନ ଅଧିନାୟକ । ପୁରୁଷ ହକି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୮ ଜଣ ଖେଳାଳି ଭୁବନେଶ୍ୱରରେ ନିଜର କଳା ପ୍ରଦର୍ଶନ କରିବେ ।
ଭାରତୀୟ ଟିମରେ ଅଛନ୍ତି ଦୁଇ ଜଣ ଓଡିଆ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ୨୯ ତାରିଖ ଯାଏ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ ।
Comments ସମସ୍ତ ମତାମତ