Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କଳିଙ୍ଗ ଷ୍ଟାଡିୟମରେ ଜୁନିୟର ପୁରୁଷ ହକି ବିଶ୍ୱକପ୍‌,କେବେଠୁ ଜାଣନ୍ତୁ

    Share on :
    ajab-Image
    Date: Oct 22, 2021    Views: 3446

    ଭୁବନେଶ୍ବର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ । ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷଣା କରିଛି ।

    ୧୬ଟି ଦଳକୁ ୪ ଟି ପୁଲରେ ଭାଗ କରାଯାଇଛି । ଆୟୋଜକ ଭାରତ ପୁଲ୍‌ ବି‘ରେ ରହିଛି । ନଭେମ୍ବର ୨୪ ତାରିଖରେ ମୋଟ୍‌ ୫ଟି ମ୍ୟାଚ୍‌ ରହିଥିବାବେଳେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ ଭାରତ-ଫ୍ରାନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ । ପୁଲ ରାଉଣ୍ଡରୁ ଫାଇନାଲ ପର୍ୟ୍ୟନ୍ତ ମୋଟ୍‌ ୪୮ଟି ମ୍ୟାଚ୍‌ ଖେଳାଯିବା । ଫାଇନାଲ ମ୍ୟାଚ୍‌ ଡିସେମ୍ବର ୫ ତାରିଖରେ ହେବ ।

    ନଭେମ୍ବର ୨୪ରୁ ୨୮ ତାରିଖ ପର୍ୟ୍ୟନ୍ତ ପୁଲ ପର୍ୟ୍ୟାୟ, ୩୦ ତାରିଖରେ ୯ମରୁ ୧୬ତମ ସ୍ଥାନ ପାଇଁ ମ୍ୟାଚ୍‌, ଡିସେମ୍ବର ୧ ତାରିଖରେ କ୍ୱାର୍ଟର ଫାଇନାଲ, ଡିସେମ୍ବର ୨ ତାରିଖରେ ପୋଜିସନ୍‌ ମ୍ୟାଚ୍‌, ଡିସେମ୍ବର ୩ ତାରିଖରେ ସେମି ଫାଇନାଲ, ଡିସେମ୍ବର ୪ ତାରିଖରେ ପୋଜିସନ୍‌ ଏବଂ ୫ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।


    କିଏ କେଉଁ ପୁଲରେ ?

    ପୁଲ୍‌ ଏ: ୨୦୧୬ ସଂସ୍କରଣର ରନର୍ସଅପ୍‌ ବେଲଜିୟମ, ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ।

    ପୁଲ୍‌ ବି: ଡିଫେଣ୍ଡିଂ ଚାମ୍ପିଅନ ଭାରତ, କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ ।

    ପୁଲ୍‌ ସି: କୋରିଆ, ନେଦରଲାଣ୍ଡସ, ସ୍ପେନ ଓ ଆମେରିକା ।

    ପୁଲ୍‌ ଡି: ଆର୍ଜେଣ୍ଟିନା, ଜର୍ମାନୀ, ପାକିସ୍ତାନ ଓ ଇଜିପ୍ଟ  ।

    ପୁଲ ଡି’ ମ୍ୟାଚଗୁଡ଼ିକ ସଂଘର୍ଷ ପୂର୍ଣ୍ଣ ହେବ । କାରଣ ଏହି ପୁଲରେ ଶକ୍ତିଶାଳୀ ଆର୍ଜେଣ୍ଟିନା ସହ ଜର୍ମାନୀ ଓ ପାକିସ୍ତାନ ଅଛନ୍ତି । ୩ ଦଳ ଶକ୍ତିଶାଳୀ ହୋଇଥିବାରୁ କ୍ୱାର୍ଟରକୁ ଯିବାକୁ ସମେସ୍ତ ଦମ ଲଗାଇ ଦେବେ ।

    Maximum 500 characters

    ଖେଳ ଖବର View all

    Find Us on Facebook