Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ହିନ୍ଦୀରେ ରିମେକ୍‌ ହେବ ଏହି ଓଡିଆ ଚଳଚ୍ଚିତ୍ର

    Share on :
    ajab-Image
    Date: Nov 24, 2022    Views: 3015

    ଗୋଆ : ଓଡିଆ ଚଳଚ୍ଚିତ୍ରକୁ ନେଇ ବଢୁଛି ଉତ୍ସାହ । ଗୋଟିଏପଟେ ‘ଦମନ’ର ଦବଦବା ଜାରି ରହୁଥିବାବେଳେ ଅନ୍ୟପଟେ ଗୋଆରେ ପ୍ରଶଂସା ସାଉଁଟିଛି ଆଉ ଏକ ଓଡିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଏହି ଚଳଚ୍ଚିତ୍ର ହିନ୍ଦୀରେ ରିମେକ୍‌ ହେବ । ଏନେଇ ଅଂଟା ଭିଡିଛନ୍ତି ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର । ଏଥିସହିତ ନିଜେ ଚଳଚ୍ଚିତ୍ରରେ ସେ ଅଭିନୟ କରିବେ ବୋଲି ସେ ଘୋଷଣା କରିଛନ୍ତି । ଗୋଆରେ ୫୩ତମ ଚଳଚ୍ଚିତ୍ର ଆନ୍ତର୍ଜାତୀୟ ମହୋତ୍ସବରେ ବଲିଉଡ ଅଭିନେତା ଅନୁପମ ଖେର୍‌ ‘ପ୍ରତୀକ୍ଷା’ ଦେଖି ଭାବବିହୋଳ ହୋଇଛନ୍ତି । ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହ ରିମେକ୍‌ କରିବା ପାଇଁ ଚୁକ୍ତି କରିଛନ୍ତି ଅନୁପମ୍‌ ଖେର୍‌ । ଏଥିପାଇଁ ସେ ଏକ ଟେକନ୍‌ ଅର୍ଥରାଶୀ ମଧ୍ୟ ପ୍ରଦାନ କରିଛନ୍ତି । ପିତା-ପୁତ୍ରଙ୍କ ଆବେଗପୂର୍ଣ୍ଣ ସଂପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହି ଚଳଚ୍ଚିତ୍ର ନିର୍ମାଣ ପଛରେ ରହିଥିବା ଘଟଣାବଳୀ ମଧ୍ୟ ବେଶ ନାଟକୀୟ । 

    ଲେଖକ ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପକୁ ଆଧାର କରି ଏକ ଚଳଚ୍ଚିତ୍ର କାହାଣୀ ପ୍ରସ୍ତୁତ କରାଯାଇଛି । ଚଳଚ୍ଚିତ୍ର ମୁଖ୍ୟ ଚରିତ୍ରରେ ରହିଛନ୍ତି ସଂଜୟ । ଯିଏକି ମଧ୍ୟବିତ୍ତ ପରିବାରର ଯୁବକ ଓ ନିଜ ପିତାଙ୍କ ଅବସର ପୂର୍ବରୁ ସରକାରୀ ଚାକିରିଟିଏ ଖୋଜୁଛନ୍ତି । ତାଙ୍କ ପିତା ବିପିନ୍‌ ଶୀଘ୍ର ଚାକିରିଟିଏ ଖୋଜିବା ଲାଗି ତାଙ୍କୁ ବାଧ୍ୟ କରୁଛନ୍ତି । କାରଣ ସେ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ଓ ପରିବାର ଉପରେ ଋଣବୋଝ ବଢିଚାଲିଛି । ଏହି ସମୟରେ ସଂଜୟ ଏକ ସରକାରୀ ଯୋଜନା ସଂପର୍କରେ ଜାଣବାକୁ ପାଉଛନ୍ତି । ଏଥିରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବାରୁ ବ୍ୟବସ୍ଥା ରହିଛି । ହତାଶ ସଂଜୟ ନିଜ ଅସ୍ଥିର ମାନସିକ ସ୍ଥିତିକୁ ପ୍ରଶମିତ କରିବା ଲାଗି ପିତାଙ୍କ ମୃତ୍ୟୁକୁ ଅପେକ୍ଷା କରି ରହୁଛନ୍ତି । ପାରିବାରିକ କାହାଣୀ, ବିଶେଷ କରି ପିତାପୁତ୍ରଙ୍କ ଜଟିଳ ସଂପର୍କକୁ ନେଇ କାହାଣୀଟି ଗତିଶୀଳ ହୋଇଛିି । 

    Maximum 500 characters

    ବିଶେଷ View all

    Find Us on Facebook