Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହଙ୍ଗା ମାଡ଼:ତ୍ରାହି ତ୍ରାହି ଡାକିଲେଣି ଓଡ଼ିଶାବାସୀ

    Share on :
    ajab-Image
    Date: Oct 27, 2021    Views: 3105

    ଭୁବନେଶ୍ୱର: ମହଙ୍ଗା ବଜାର ମାଡ଼ରେ ତ୍ରାହି ତ୍ରାହି ଡାକିଲେଣି ଓଡ଼ିଶାବାସୀ । ମହଙ୍ଗା ବଜାର ଦରରେ ରାଜ୍ୟର ସହରରୁ ଗାଁ ସବୁ ପ୍ରଭାବିତ । ବଜାର ଦର ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗି ଦେଲାଣି । କାର୍ତ୍ତିକ ମାସ ଆରମ୍ଭ ହେବା ସହ ରାଜ୍ୟରେ ପରିବା ଦର ଆକାଶଛୁଆଁ ହୋଇଛି । ଭୁବନେଶ୍ୱର ଦର ସବୁଠୁ ଉଚ୍ଚା ।  ସବୁ ପରିବା ୮୦ ଟଙ୍କା ଉପରେ । ସୋରିଷ ତେଲ ୨୦୦ ଡେଇଁଲାଣି । ପେଟ୍ରୋଲ ଦର ୧୦୯ ଟଙ୍କା ପାଖାପାଖି ହେଲାଣି । ଆଉ ଦିନ କେଇଟାରେ ୧୧୦ ଟଙ୍କା ଛୁଇଁଯିବ । 
    ଦେଶୀ ପୋଟଳ କିଲୋ ୧୨୦ ଟଙ୍କା । ଚାଲାଣ (ବାହାର ରାଜ୍ୟରୁ ଆସୁଥିବା) ପୋଟଳ ୬୦-୮୦ ଟଙ୍କା ।   ବାଇଗଣ ବିକ୍ରି ହେଉଛି ୬୦ରୁ ୮୦ ଟଙ୍କାରେ । ଭେଣ୍ଡି ଦର ୭୦-୮୦ ଟଙ୍କା । ଜହ୍ନି କେଉଁଠି ୬୦/୭୦ ଟଙ୍କା ତ ଆଉ କେଉଁଠି ୮୦ ଟଙ୍କା । ବାଇଗଣ, କଲରା, କାକୁଡ଼ି ସବୁ ଦର ପ୍ରାୟ ୮୦ ଟଙ୍କା । ଟମାଟୋ ଭାଉ ୬୦ ଉପରେ । ବିନ୍ସ ଦର ଶୁଣିଲେ ଆଖି ତରାଟି ହୋଇଯିବ । କିଲୋ ୧୨୦ ଟଙ୍କା ଥିବାବେଳେ ୨୫୦କୁ ୩୦ ଟଙ୍କା ଡାକ ଛାଡ଼ୁଛନ୍ତି ବ୍ୟବସାୟୀ ।

    ଫୁଲ କୋବି ଗୋଟା ୫୦ ଟଙ୍କା ଥିବାବେଳେ ବନ୍ଧା କୋବି ୩୫/୪୦ ଟଙ୍କାରେ ବିକ୍ରି ହେଉଛି । ଝୁଡ଼ଙ୍ଗ ୬୦ରୁ ୮୦ ଟଙ୍କା ହେଲାଣି । ଧନିଆ ପତ୍ର କିଲୋ ୩୦୦ ଟଙ୍କା ଛୁଇଁଛି । ପରିବା ବଜାର ଭାଉ ଏଭଳି ଥିବାବେଳେ ତେଜରାତି ଦୋକାନରେ ବି ଅଧିକାଂଶ ସାମଗ୍ରୀର ଦର ଚଢ଼ା ରହିଛି । ସୋରିଷ ତେଲ ଲିଟର ୧୯୫ ଟଙ୍କାରୁ ୨୦୫ ଟଙ୍କା ରହିଥିବାବେଳେ ହରଡ଼ ଡାଲି କିଲୋ ୧୦୦ରୁ ୧୦୫ ଟଙ୍କା ରହିଛି । ଏମିତି ବଜାର ଦରରେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।

    ପନିପରିବା ଓ ତେଲ ଦରବୃଦ୍ଧି ସହ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍‌ ୯୦୦ ଟଙ୍କା ଉପରେ ରହିଥିବାବେଳେ ହାଣ୍ଡିଶାଳରେ ଯେମିତି ଚଡ଼କ ପଡ଼ିଛି । ଏ ମହଙ୍ଗା ମାଡ଼ରୁ  ଏବେ ସାମାନ୍ୟତମ ଆଶ୍ୱସ୍ତି ମିଳିବା ଆଶା କମ୍‌ ।

    Maximum 500 characters

    ତାଜା ଖବର View all

    Find Us on Facebook