Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଅତ୍ୟଧିକ ଝାଳ ବୋହୁଥିଲେ ସାବଧାନ !

    Share on :
    ajab-Image
    Date: Jul 3, 2022    Views: 2413

    ଭୁବନେଶ୍ୱର: ଖରାଦିନେ ଅଧିକ ପରିଶ୍ରମ କଲେ ଝାଳ ବୋହିବା ହେଉଛି ଅତି ସାଧାରଣ କଥା । କିଛି ଜଣଙ୍କର ତ ସବୁ ଋତୁରେ ଝାଳ ବୋହିଥାଏ । କିନ୍ତୁ ଯଦି ଜଣଙ୍କର ଅଚାନକ ଝାଳ ବାହାରୁଥାଏ ତେବେ ତାକୁ ନଜର ଅନ୍ଦାଜ କରିବା ଜମା ବି ଠିକ ନୁହେଁ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଅଚାନକ ଝାଳ ବାହାରିଲେ ଜାଣିରଖନ୍ତୁ କି ଆପଣଙ୍କ ଠାରେ ହୃଦରୋଗର କୌଣସି ସମସ୍ୟା ଅଛି । ଯଦି ସମୟ ଅନୁସାରେ ଏହା ଉପରେ ଧ୍ୟାନ ନ ଦିଆଯାଏ ତେବେ ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । କିନ୍ତୁ ଯଦି ଉଚିତ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ଆରମ୍ଭ କରିଦିଆଯାଏ ତେବେ ହାର୍ଟଆଟାକ ହେବା ଜନିତ ଆଶଙ୍କାକୁ ଅନେକ ପରିମାଣରେ କମ କରିଦିଆ ଯାଇପାରେ । ବେଳ ଥାଉ ଥାଉ ଯଦି ସତର୍କତା ଅବଲମ୍ବନ ନକରାଯାଏ ତେବେ ଆଗକୁ ପରିସ୍ଥିତି ବିଗିଡି ଯାଇପାରେ ।

    ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ସାମାନ୍ୟରୁ ଅଧିକ କିମ୍ବା ଅଚାନକ ଝାଳ ବୋହିବାକୁ ବି ହାର୍ଟ ଆଟାକର ସଂକେତ ଭାବେ ଧରାଯାଏ । ଯଦି ଜଣେ କୌଣସି ଶାରୀରିକ ପରିଶ୍ରମ କରୁନାହାନ୍ତି ଓ ସେତେଟା ବି ଗରମ ନାହିଁ । ପ୍ରକୃତରେ ଯଦି ଜଣଙ୍କର ହୃଦୟରେ ସମସ୍ୟା ଥାଏ କିମ୍ବା ହାର୍ଟ ଆଟାକ ଆସୁଥାଏ ତେବେ ଜାଣି ରଖିବେ ତାଙ୍କ କରୋନାରୀ ଧମନୀ ହାର୍ଟ ଯାଏଁ ଭଲରେ ରକ୍ତ ସଂଚାଳନ କରିପାରୁନାହିଁ । ଯେବେକି ଏହି ସମୟରେ ଆମ ହୃଦୟକୁ ଅଧିକ ରକ୍ତର ଆବଶ୍ୟକତା ଥାଏ । ଏହି ସମୟରେ ଶରୀରର ତାପମାତ୍ରାକୁ ଠିକ ରଖିବା ପାଇଁ ଅଧିକ ଝାଳ ବୋହିଥାଏ ।

    ପ୍ରକୃତରେ ହାର୍ଟ ଆଟାକ ହେଉଛି ଏକ ସିରିୟସ ମେଡିକାଲ କଣ୍ଡିସନ । ଏମିତିରେ ମଣିଷକୁ ସମ୍ଭଳିବା ପାଇଁ ବି ଫୁରସତ ମିଳିନଥାଏ । ଆଉ କେବେ କେବେ ଜୀଵନ ବି ଚାଲିଯାଇପାରେ । କରୋନାରୀ ଧମନୀ ହାର୍ଟ ପର୍ଯ୍ୟନ୍ତ ରକ୍ତ ପହଞ୍ଚାଇବା କାମ କରିଥାଏ । ଏନର୍ଜ୍ଜି ତଥା ଅକ୍ସିଜେନ ଜରିଆରେ ଏହାକୁ ସତେଜ କରିଥାଏ । ହୃଦୟର ମାଂସପେଶୀ ଯାଏଁ ଠିକ ଭାବେ ରକ୍ତ ପହଞ୍ଚି ପାରେ ନାହିଁ । ଯେଉଁ କାରଣରୁ ହାର୍ଟ ଆଟାକ ଭଳି ସମସ୍ୟା ଦେଖାଦିଏ । ତେଣୁ ଯଦି ବିନା କୌଣସି କାରଣରେ ଆପଣଙ୍କର ଝାଳ ବାହାରୁଥାଏ ତେବେ ସତର୍କ ହୋଇଯନ୍ତୁ । ଆଉ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ ଯଦି ରାତି ସମୟରେ ମହିଳା ମାନଙ୍କର ଅଧିକ ଝାଳ ବାହାରୁଥାଏ ତେବେ ଏହା ହୃଦରୋଗର ଲକ୍ଷଣ ବୋଲି ଜାଣି ରଖନ୍ତୁ । ମେନୋପଜ ସମୟରେ କିମ୍ବା ଗରମରେ ଝାଳ ବୋହିବା ଅତି ସାଧାରଣ ।  କିନ୍ତୁ ଅନ୍ୟ ସମୟରେ ଏହି ଲକ୍ଷଣ ଦେଖାଦେଲେ ସତର୍କ ହେବା ଜରୁରୀ ।

    Maximum 500 characters

    ବିଶେଷ View all

    Find Us on Facebook