Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗୋରୁ ଗାଡି ଅଟକାଇବାରୁ ଗୋ-ସୁରକ୍ଷାକର୍ମୀଙ୍କୁ ଗୁଳିମାଡ

    Share on :
    ajab-Image
    Date: May 21, 2022    Views: 3435

    ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ଗୋରୁ ଗାଡିକୁ ଅଟକାଇବା ବେଳେ ଗୋ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ମାଡ଼ ହୋଇଛି । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗୋ ଚାଲାଣ ହେଉଥିବା ଖବର ପାଇ ଆଜି(ଶନିବାର) ସକାଳେ ଦେବସେନାର ଗୋ ସୁରକ୍ଷା କର୍ମୀମାନେ ଜଶିପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଥିବା ବେଗନା ଟୋଲ ପ୍ଲାଜା ନିକଟରେ ଜଗି ରହିଥିଲେ । ତେବେ କଲିକତାକୁ ଚାଲାଣ ହେଉଥିବା ଗୋ ବୋଝେଇ କଣ୍ଟେନରକୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସେଠାରେ ଉଭୟ ପକ୍ଷରୁ ପାଟିତୁଣ୍ଡ ହୋଇଥିଲା । ତେବେ ଗଣ୍ତଗୋଳେ ଏତେ ଉଗ୍ର ହୋଇଥିଲା ଶେଷରେ ଗୋ ମାଫିଆମାନେ ଅତର୍କିତ ଭାବେ ଗୁଳି ଚଳାଇ ଥିଲେ।ଏଥିରେ ଦୁଇ ଗୋ ସୁରକ୍ଷା କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ସେଠାରୁ କିଛି ଗୋ ବୋଝେଇ କଣ୍ଟେନରକୁ ମାଫିଆମାନେ ନେଇଯାଇଥିବା ବେଳେ ଅନ୍ୟ ଗୋଟିଏ କଣ୍ଟେନର ରହି ଯାଇଥିଲା । ସେପଟେ ଅନ୍ୟ ଏକ ଗାଡ଼ିରେ ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ କରି ଫେରାର ହୋଇ ଯାଇଥିଲେ।ଆହତ ୨ ଗୋ-ସୁରକ୍ଷା କର୍ମୀ ଦୀପକ ସାହୁ ଓ ଗୁଡୁ ବେହେରାଙ୍କୁ ଉଦ୍ଧାର କରାଯାଇ ଯଶିପୁର ମେଡିକାଲକୁ ଅଣା ଯାଇଥିଲା । ଜଣଙ୍କର ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କର ହାତରେ ଗୁଳି ବାଜିଥିବା ଜଣାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook