Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗୁଜରାଟ ବିଧାନସଭା ପ୍ରଥମ ପର୍ୟ୍ୟାୟରେ ମତଦାନ ଆରମ୍ଭ

    Share on :
    ajab-Image
    Date: Dec 1, 2022    Views: 4053

    ଅହମଦାବାଦ: ଆଜି ଗୁଜରାଟ ବିଧାନସଭାର ୧୮୨ଟି ଆସନ ମଧ୍ୟରୁ ୮୯ଟି ପାଇଁ ପ୍ରଥମ ପର୍ୟ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଡିସେମ୍ବର ୫ରେ ବାକି ଆସନଗୁଡ଼ିକରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଆଜି ରାଜ୍ୟର ୮୯ଟି ଆସନ ପାଇଁ ୧୪,୩୮୨ଟି ପୁଲିଂ ଷ୍ଟେସନର ବ୍ୟବସ୍ଥା ହୋଇଛି। ସହରାଞ୍ଚଳରେ ୩,୩୧୧ ଓ ଗ୍ରାମାଞ୍ଚଳରେ ୧୧,୦୭୧ ଟି କେନ୍ଦ୍ରରେ ଲୋକମାନେ ସକାଳ ୮ଟାରୁ ଭୋଟ ଦେବା ଆରମ୍ଭ କରିଛନ୍ତି। କଚ୍ଚ, ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟରର ୧୯ଟି ଜିଲ୍ଲାରେ ଥିବା ୮୯ଟି ଆସନରେ ଭୋଟ ଗ୍ରହଣ ହେଉଛି।
    ଏହି ୮୯ଟି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ କୋଟିରୁ ଅଧିକ ଭୋଟର। ଗଣତନ୍ତ୍ରର ଏହି ମହାନ ପର୍ବରେ ଲୋକମାନଙ୍କୁ ସାମିଲ ହୋଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଅନୁରୋଧ କରିଛନ୍ତି। ସେହିପରି ଜାମନଗରରୁ ବିଜେପି ପ୍ରାର୍ଥୀ ହୋଇଥିବା କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ମଧ୍ୟ ଲୋକଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ମତାଧିକାର ସାବ୍ୟସ୍ତ କରିବାକୁ କହିଛନ୍ତି।
    ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ। ୨,୩୯,୭୬,୬୭୦ ଜଣ ଭୋଟର ଏହି ୮୯ଟି ଆସନରେ ପଞ୍ଜିକୃତ ହୋଇଛନ୍ତି। ଏମାନେ ୭୮୮ ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

    ମୋଟ ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧,୨୪,୩୩,୩୬୨, ମହିଳାଙ୍କ ସଂଖ୍ୟା ୧,୧୫,୪୨,୮୧୧ ଓ ୪୯୭ ଜଣ ହେଉଛନ୍ତି କିନ୍ନର। ୪ ଲକ୍ଷରୁ ଅଧିକ ଭୋଟର ପିଡବ୍ଲ୍ୟୁଡି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ।

    ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ୧୯ଟି ଜିଲ୍ଲାର ୧୩,୦୬୫ଟି ବୁଥରେ ଲାଇଭ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନେତୃତ୍ୱରେ ଗାନ୍ଧିନଗର ଠାରେ ରାଜ୍ୟସ୍ତରୀୟ ମନିଟରିଂ ରୁମ ସ୍ଥାପନ କରାଯାଇଛି।

    ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଆଜି ଭୋଟିଂ ହେଉଥିବା ୮୯ଟି ଆସନରୁ ୪୮ଟିରେ ଓ କଂଗ୍ରେସ ୪୦ଟି ଆସନରେ ବାଜିମାତ କରିଥିଲା। ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook