Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି

    Share on :
    ajab-Image
    Date: Aug 13, 2022    Views: 4115

    ନୂଆଦିଲ୍ଲୀ: ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

    ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ଯେଉଁ ଘରକୁ ଆବାସିକ ବା ବ୍ୟକ୍ତିଗତ ରହଣୀ ହିସାବରେ ଦିଆଯିବ ତା’ ଉପରେ ଜିଏସଟି ଲାଗୁ ହେବ ନାହିଁ ।

    ବରଂ ଘରକୁ ଯଦି ବ୍ୟବସାୟିକ ସୂତ୍ରରେ ଭଡା ଦିଆଯାଏ ତେବେ ତା’ ଉପରେ ଜିଏସଟି ଆଦାୟ କରାଯିବ ବୋଲି ପିଆଇବି ପକ୍ଷରୁ କୁହାଯାଇଛି । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook