Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗୋ ଫାଷ୍ଟ ଏୟାରଲାଇନ୍ସକୁ ୧୦ ଲକ୍ଷ ଟଙ୍କାର ଜୋରିମାନା

    Share on :
    ajab-Image
    Date: Jan 28, 2023    Views: 3838

    ବେଙ୍ଗାଳୁରୁ: ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଜୋରିମାନା । ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ଉଡାଣ ଭରିବା ଗୋ ଫାଷ୍ଟ ଏୟାରଲାଇନ୍ସକୁ ମହଙ୍ଗା ପଡିଛି । ଚଳିତ ମାସ ୯ ତାରିଖରେ ଗୋ ଫାଷ୍ଟ ଏୟାରଲାଇନ୍ସ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ଉଡାଣ ଭରିଥିଲା । ବେଙ୍ଗାଳୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିବା ଏହି ବିମାନ ଉପରେ ଜୋରିମାନା ଲଗାଇଛି ଡିଜିସିଏ । ଯାତ୍ରୀଙ୍କୁ ଛାଡିଯିବା ଘଟଣାରେ ଏୟାରଲାଇନ୍ସ କ୍ଷମା ମାଗିବା ସହ ଏକ ଘୋଷଣା ମଧ୍ୟ କରିଥିଲା । ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀ ଆଗାମୀ ୧୨ ମାସ ମଧ୍ୟରେ ଦେଶର ଯେକୌଣସି ସ୍ଥାନକୁ ଯିବାକୁ ମାଗଣା ଟିକେଟ ଦିଆଯିବ। ଏହାସତ୍ତ୍ୱେ ଏୟାରଲାଇନ୍ସ ଉପରେ କଡା କାର୍ୟ୍ୟାନୁଷ୍ଠାନ ନେଇଛି ଡିଜିସିଏ ।

    ଏହି ଘଟଣାକୁ ନେଇ ଯାତ୍ରୀମାନେ କହିଛନ୍ତି ଯେ, ରନୱେରେ ଯାତ୍ରୀଙ୍କୁ ଛାଡି ବିମାନଟି ତାଙ୍କର ସାମଗ୍ରୀ ନେଇଯାଇଥିଲା । ଏ ବାବଦରେ ଯାତ୍ରୀଙ୍କୁ ଜଣାନଥିଲା । ଦୀର୍ଘ ସମୟ ଧରି ଯାତ୍ରୀମାନେ ସାମଗ୍ରୀ ପାଇଁ ଅପେକ୍ଷା କରିଥିଲେ । ଏନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଯାତ୍ରୀ । ତେବେ ଅନ୍ୟ ବିମାନ ଯୋଗେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ଏନେଇ ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook