Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଚା’ ବିକାଳିଙ୍କ ଝିଅ ଜିତିଲେ ପ୍ରଥମ ସ୍ୱର୍ଣ୍ଣ

    Share on :
    ajab-Image
    Date: Jun 7, 2022    Views: 3496

    ପଞ୍ଚକୁଲା (ହରିୟାଣା) : ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜଣେ ଚା’ ବିକାଳିଙ୍କ ଝିଅ କାଜଲ ସର୍ଗର । ମହିଳା ୪୦ କେଜି ଭାରାତ୍ତୋଳନ ବର୍ଗରେ ଏହି ମହାରାଷ୍ଟ୍ର ଝିଅ ମୋଟ ୧୧୩ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣିମ ସଫଳତା ହାସଲ ହାତେଇଛନ୍ତି । କାଜଲଙ୍କ ସ୍ୱର୍ଣ୍ଣପଦକ ପରେ ଚଳିତ ଖେଲୋ ଇଣ୍ଡିଆ ଯୁବକ୍ରୀଡାରେ ମହାରାଷ୍ଟ୍ର ପଦକ ତାଲିକାର ଶୀର୍ଷରେ ପହଁଚିଯାଇଛି । ୪୦ କେଜି ମହିଳା ଭାରାତ୍ତୋଳନ ବର୍ଗରେ କାଜଲ (୬୦ କେଜି ସ୍ନାଚ୍ , ଏବଂ ୬୩ କେଜି ଏବଂ ୬୩ କେଜି କ୍ଲିନ୍ ଓ ଜର୍କ)ଙ୍କ ପଛକୁ ଅରୁଣାଚଳ ପ୍ରଦେଶର ସାଣ୍ଡିୟା ଗୁଂଙ୍ଗଲି (୧୧୧କେଜି) ରୋପ୍ୟ ପାଇଥିଲା ବେଳେ ଅନ୍ୟତମ ମହାରାଷ୍ଟ୍ର ବାଳିକା ରେଖାମୋନି (୧୦୯) କାଂସ୍ୟ ପଦକ ଜିତିଥିଲେ । ଏହା ପୂର୍ବରୁ କାଜଲ୨୦୧୧ ଅଗଷ୍ଟରେ ପତିଆଲାରେ ଆୟୋଜିତ ଯୁବ ଜାତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ । ମାତ୍ର ୩ ବର୍ଷ ବୟସ ତଳେ କାଜଲ କ୍ରୀଡା ଦୁନିଆ ସହ ସଂପର୍କ ବାନ୍ଧିଥିଲେ । ତାଙ୍କ ବଡ ଭାଇ ସଂକେତ ଜଣେ ଭାରାତ୍ତୋଳକ । ସେତେବେଳେ ସଂକେତ ସ୍ଥାନୀୟ ଏକ ଜିମ୍ନାସିୟମରେ ପ୍ରଶିକ୍ଷଣ ନେଉଥିଲା ବେଳେ କାଜଲ ସେଠାକୁ ଦୈନିକ ଯାଇ ଭାଇର ପ୍ରଦର୍ଶନକୁ ଦେଖୁଥିଲେ । ଏପରିକି ତାଙ୍କ ଭାଇ କିପରି  ଉନ୍ନତି ପଥରେ ଆଗେଇ ଚାଲିଛି ତାହାକୁ ମଧ୍ୟ ୧୬ ବର୍ଷସ୍କା କାଜଲ ଦେଖୁଥିଲେ । ତଥାପି ସେଥିରେ ପ୍ରେରିତ ହୋଇ ପାରି ନଥିଲେ । ହେଲେ ୨୦୧୯ରେ ତାଙ୍କ ପାଇଁ ସବୁକିଛି ବଦଳି ଯାଇଥିଲା । ଯେତେବେଳେ ନିଜ ଅଞ୍ଚଳ (ସାଙ୍ଗଲି)ର ଜଣେ ଝିଅ ରୁପା ହାଙ୍ଗାଣ୍ଡି ପୁନେରେ ଆୟୋଜିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିବାର ଦେଖିଲେ ସେତେବେଳେ ଭାରୋତ୍ତୋଳନ ପ୍ରତି ଆକର୍ଷିତ ହେଲେ । ‘ମୋ ଭାଇ ମୋଠୁ ୫ବର୍ଷ ବଡ । କେବେ ବି ତାଙ୍କ ସହିତ ଖେଳ ବିଷୟରେ ଆଲୋଚନା କରେନି ।’ ବୋଲି ଚଳିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡାରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ କହିଛନ୍ତି କାଜଲ । କେବଳ ରୁପାଙ୍କ ସଫଳତା ପରେ ମୁଁ ବି ଚେଷ୍ଟା କଲେ ପଦକ ଜିତି ପାରିବି ବୋଲି ଭାରୋତ୍ତୋଳନକୁ ଆଦରି ନେଇଥିଲି ବୋଲି କହିଛନ୍ତି   ।

     

    Maximum 500 characters

    ଖେଳ ଖବର View all

    Find Us on Facebook