Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜି ବିଆରଏସରେ ମିଶିବେ ଗିରିଧର ଓ ଶିଶିର ଗମାଙ୍ଗ

    Share on :
    ajab-Image
    Date: Jan 27, 2023    Views: 2807

    ଭୁବନେଶ୍ୱର: ଆଜି ବିଆରଏସରେ ମିଶିବେ ବିଜେପି ଛାଡ଼ିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ । ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହେବେ । ଗିରିଧରଙ୍କ ଧର୍ମପତ୍ନୀ ମଧ୍ୟ ଭାରତ ରାଷ୍ଟ୍ର ସମିତିରେ ସାମିଲ ହେବାର ସୂଚନା ରହିଛି । ସେମାନଙ୍କ ସହିତ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ମଧ୍ୟ ବିଆରଏସରେ ମିଶିବେ । ଗତ ୨୫ରେ ୮ ବର୍ଷର ସମ୍ପର୍କକୁ ବାଏ ବାଏ କରି ବିଜେପି ଛାଡ଼ିଥିଲେ ଗିରିଧର ଓ ଶିଶିର ଗମାଙ୍ଗ । ଇସ୍ତଫା ଦେଇ ବିଜେପି ଉପରେ ବର୍ଷିଥିଲେ ବାପପୁଅ ।
    ୨୦୧୫ରେ ଗିରିଧର ଓ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏହି ସମୟରେ ରାଜ୍ୟ ବିଜେପିକୁ ଯେପରି ଦେଖିଥିଲେ ଏବେ ବିଜେପି ସେମିତି ନାହିଁ । ଦଳୀୟ କାର୍ୟ୍ୟକ୍ରମରେ ତାଙ୍କୁ ଜାଣିଶୁଣି ଦୂରେଇ ରଖାଯାଇଛି ବୋଲି ଗିରିଧର ଅଭିଯୋଗ କରିଥିଲେ । ଅନ୍ୟପଟେ ଶିଶିର କହିଥିଲେ, ରାଜ୍ୟ ବିଜେପିର ତୃଣମୂଳ ସଂଗଠନ କେବଳ କାଗଜ କଲମରେ ଚାଲିଛି । ଯାହା ପ୍ରତିଫଳିତ ହୋଇଛି ପଞ୍ଚାୟତ ଓ ପୌର ନିର୍ବାଚନରେ । ୨୦୧୯ରେ ଦଳ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୂଆଁ ବୁଲାଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook