Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ୬ ମାସ ଯାଏଁ ସୁରକ୍ଷିତ ରହିବ ଅଦା-ରସୁଣ ପେଷ୍ଟ, ଜାଣନ୍ତୁ କିପରି

    Share on :
    ajab-Image
    Date: Nov 25, 2021    Views: 2319

    ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ଚାହାନ୍ତି। ଏଥିପାଇଁ ଘରେ ବିଭିନ୍ନ ବଟା ମସଲା ପଡି ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି ହୁଏ। ସେହି ବଟା ମସଲା ଭିତରୁ ଗୋଟିଏ ହେଲା ଅଦା-ରସୁଣ ବଟା। ଶୀଘ୍ର ରୋଷେଇ ସାରିବା ପାଇଁ ସମେସ୍ତ ଏହି ବଟା ମସଲାକୁ ଆପଣାନ୍ତି। କିନ୍ତୁ ସଙ୍ଗେ ସଙ୍ଗେ ଅଦା-ରସୁଣ ବାଟିବା କଷ୍ଟକର। ଏଥିପାଇଁ ଅଦା-ରସୁଣ ବାଟି ଘରେ ଆଗୁଆ ରଖନ୍ତି। ତେବେ ଏହି ଅଦା-ରସୁଣ ବଟା ଘରେ ଅଧିକ ଦିନ ସୁରକ୍ଷିତ ରୁହେନି। ଏହି ଚିନ୍ତା ଏବେ ଦୂର ହୋଇଯିବ। ଆପଣ ଚାହିଁଲେ ଏହାକୁ ୬ ମାସ ଯାଏଁ ଘରେ ସୁରକ୍ଷିତ ରଖିପାରିବେ। ତେବେ କିଭଳି, ଆସନ୍ତୁ ଜାଣିବା

    – ସମାନ ମାତ୍ରାର ଅଦା ରସୁଣ ନିଅନ୍ତୁ। ଏହାପରେ ଏ ଦୁଇଟିକୁ ଭଲଭାବେ ସଫା କରି ବାଟି ଦିଅନ୍ତୁ। ବଟା ହୋଇଥିବା ଅଦା ରସୁଣ ପେଷ୍ଟକୁ ଆଇସ୍‌ ଟ୍ରେରେ ସମାନ ମାତ୍ରାରେ ପକାନ୍ତୁ। ଏହାପରେ ଆଇସ୍‌ ଟ୍ରେକୁ ପ୍ଲାଷ୍ଟିକ ଜରିରେ ଗୁଡାଇ ୧୨ ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖି ଦିଅନ୍ତୁ।

    – ଅଦା-ରସୁଣ ପେଷ୍ଟ ଯେତେବେଳେ ବରଫ ପାଲଟିଯିବ ସେତେବେଳେ ସେହି ବରଫଗୁଡିକୁ ବହାର କରି ଏକ ପ୍ଲାଷ୍ଟିକ ବ୍ୟାଗ୍‌ରେ ପ୍ୟାକ୍‌ କରି ପୁଣି ଥରେ ଫ୍ରିଜରେ ରଖି ଦିଅନ୍ତୁ।

    – ଆପଣ ଯେତେବେଳେ ବ୍ୟବହାର କରିବାକୁ ଚାହିଁବେ ସେତେବେଳେ ଏଥିରୁ ଆବଶ୍ୟକ ହିସାବର ଅଦା ରସୁଣ ବଟା ବାହାର କରି ବ୍ୟବହାର କରିପାରିବେ। ଏହି ଉପାୟରେ ଆପଣ ଅଦା-ରସୁଣ ବଟାକୁ ଦୀର୍ଘ ୬ ମାସ ଯାଏଁ ଷ୍ଟୋର କରି ରଖିପାରିବେ।

    – କୋବଳ ସେତିକି ନୁହେଁ କୌଣସି ଏୟାର କେଣ୍ଟନରରେ ଏହି ପେଷ୍ଟକୁ ରଖି ଏଥିରେ ୩ରୁ ୪ ଚାମଚ ଭିନେଗାର ପକାଇଦେଲ ଏହାକୁ ଆପଣ ୬ ମାସରୁ ବି ଅଧିକ ସମୟ ଯାଏଁ ବ୍ୟବହାର କରିପାରିବେ।

    Maximum 500 characters

    ବିଶେଷ View all

    Find Us on Facebook