Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଗଣେଶ ପୂଜାରେ ଭୂଲରେବି ଦେଖନ୍ତୁ ନାହିଁ ଜହ୍ନ, ଜାଣନ୍ତୁ କାହିଁକି ଏହାକୁ କଳଙ୍କ ଚତୁର୍ଥୀ କୁହାଯାଏ

    Share on :
    ajab-Image
    Date: Sep 10, 2021    Views: 3213

    ଆଜି ହେଉଛି ଆଷାଢ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ଚାରିଆଡେ ବିଘ୍ନବିନାଶକଙ୍କ ପୂଜା ଅନୁଷ୍ଠିତ ହେଉଛି । ମନ୍ତ୍ର ଧ୍ୱନରେ ପ୍ରକମ୍ପିତ ହେଉଛି ଚତୁଃର୍ଦର୍ିଗ । ବିଘ୍ନ ବିନାଶକଙ୍କ ପୂଜା ପାଇଁ ଅନେକ ବିଧିବିଧାନ ରହିଛି । ସବୁ ନିୟମ ମାନି ବିଘ୍ନରାଜଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ବଢିଥାଏ ଓ ବିଦ୍ୟା, ଧନ, ବାଣିଜ୍ୟ ଓ କୃଷି ଆଦିରେ ଉନ୍ନତି ଘଟିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦିନ ରାତିରେ ଜହ୍ନ ଦେଖିବା ଉଚିତ୍ ନୁହେଁ । ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି । ପୌରାଣକି କଥା ଅନୁସାରେ ଦିନେ ଲଡୁପ୍ରିୟ ଭଗବାନ ଗଣେଶ ହାତରେ ବହୁତ ଲଡୁ ଧରି ଚନ୍ଦ୍ରଲୋକରୁ ଫରୁଥିଲେ । ଏହି ସମୟରେ ଅଧା ବାଟରେ ଚନ୍ଦ୍ରଦେବତା ଭେଟ ହେଲେ । ଭଗବାନ ଗଶେଶଙ୍କ ଲମ୍ବା ଉଦର ଓ ହାତରେ ବହୁତ ଲଡୁ ଦେଖି ଚନ୍ଦ୍ରଦେବ ହସିବାକୁ ଲାଗିଲେ । ଏଥିପାଇଁ ଭଗବାନ ଗଶେଶ କ୍ରୋଧିତ ହେଲେ ଓ ଚନ୍ଦ୍ରଦେବଙ୍କୁ ଅଭିଶାପ ଦେଇ କହିଲେ ଯେ ମୋ ଶରୀର ଦେଖି ଉପହାସ କରୁଛ, ତୁମ ସୁନ୍ଦର ଚେହେରାରେ ଦିନେ କଳଙ୍କ ଲାଗିବ । ଏହାପରେ ଧିରେ ଧିରେ ଚନ୍ଦ୍ରମା କ୍ଷୟ ହେବାକୁ ଲାଗିଲେ । ଏହା ଦେଖି ସମସ୍ତ ଦେବାଦେବୀ ଚିନ୍ତାରେ ପଡିଲେ ଓ ଚନ୍ଦ୍ରମାଙ୍କୁ ଭଗବାନ ଶିବଙ୍କୁ ତପସ୍ୟା କରିବାକୁ କହିଲେ । ଏଥିପାଇଁ ଚନ୍ଦ୍ରମା ସମୁଦ୍ର ତଟରେ ଶିବଲିଙ୍ଗ ତିଆରି କରି ମହାଦେବଙ୍କୁ ତପସ୍ୟା କଲେ ଓ ଏଥିରେ ସନ୍ତୁଷ୍ଟ ହୋଇ ମହାଦେବ ତାଙ୍କ ମସ୍ତକରେ ରଖି ତାଙ୍କୁ ମୃତୁ୍ୟଠାରୁ ବଞ୍ଚାଇ ଦେଇଥିଲେ । ସେବେଠାରୁ ଚନ୍ଦ୍ରମା ଜ୍ୟୋର୍ତିଲିଙ୍ଗ ରୂପରେ ପ୍ରକଟ ହେଲେ । ଯାହାକୁ ଆମେ ସୋମନାଥ ନାମରେ ଜାଣିଛେ । ଏହାପରେ ଦେବାଦେବୀ ଚନ୍ଦ୍ରମାଙ୍କୁ କ୍ଷମା କରିବାକୁ ଗଣେଶଙ୍କୁ କହିଲେ । ଭଗବାନ ଗଣେଶ ଚନ୍ଦ୍ରମାଙ୍କୁ କହିଲେ ଦେଇଥିବା ଅଭିଶାପ ତ ଫେରାଇ ହେବନାହିଁ, ତେଣେୁ  ଧିରେ ଧିରେ କ୍ଷୟ ହୋଇ ତୁମର ସବୁ ଆଲୋକ ଚାଲିଯିବ ଓ ପୁଣି ଧିରେ ଧିରେ ବଡ ହେବ । କିନ୍ତୁ ଭାଦ୍ରବ ମାସ ଶୁକ୍ଳପକ୍ଷ ଦିନ ଯିଏ ଜହ୍ନ ଦେଖିବ, ତାକୁ ବିପଦର ସାମ୍ନା କରିବାକୁ ପଡିବ । ସେଥିପାଇଁ ଏହି ଚତୁର୍ଥୀକୁ କଳଙ୍କ ଚତୁର୍ଥୀ ବୋଲି କୁହାଯାଏ ।  

    Maximum 500 characters

    ସଂସ୍କୃତି View all

    Find Us on Facebook