Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଜି-୨୦ ଅଧ୍ୟକ୍ଷତା ପଦଭାର ଗ୍ରହଣ କରିବ ଭାରତ

    Share on :
    ajab-Image
    Date: Dec 1, 2022    Views: 4306

    ନୂଆଦିଲ୍ଲୀ: ଜି-ଟ୍ୱେଣ୍ଟିର ଅଧ୍ୟକ୍ଷତା ଭାର ଆଜିଠୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବ ଭାରତ । ଅର୍ଥାତ୍ ଦୁନିଆର ପଞ୍ଚମ ଆର୍ଥିକ ବ୍ୟବସ୍ଥା ଭାବରେ ବିଶ୍ୱର ଆର୍ଥିକ ଏଜେଣ୍ଡାକୁ ରୂପ ଓ ଗତି ଦେବା ଦାୟିତ୍ୱ ଭାରତ ତୁଲାଇବ । ଭାରତର ଜି-୨୦ ଅଧ୍ୟକ୍ଷତା ପଦ ଗ୍ରହଣକୁ ଏକ ଉତ୍ସବ ଭାବେ ପାଳନ କରିବାକୁ ସ୍ୱତନ୍ତ୍ର ଆୟୋଜନ କରିଛନ୍ତି କେନ୍ଦ୍ର ସରକାର । ଏହି ଐତିହାସିକ ମୁହୂର୍ତକୁ ସ୍ମରଣୀୟ କରିବା ପାଇଁ ଡିସେମ୍ବର ୧ ରୁ ୭ ତାରିଖ ଯାଏଁ ଦେଶର ଶହେଟି ଐତିହାସିକ ସ୍ଥଳୀରେ ଜି-୨୦ର ଲୋଗୋକୁ ଆଲୁଅ ମାଳାରେ ସଜାଯିବ ।

    ଏଥିସହ ଆଖପାଖରେ ବିଭିନ୍ନ କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ ହେବ । ପୂର୍ବରୁ ଭାରତ ଜି୨୦ର ଅଧ୍ୟ କ୍ଷତା କରିବ ବୋଲି ଘୋଷଣା ହୋଇସାରିଥିବା ବେଳେ ଆଜି କେବଳ ଔପଚାରିକତା ପୁରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ଟୁଇଟର ହ୍ୟାଣ୍ଡଲରୁ ଭାରତ ଜି-୨୦ର ଅଧ୍ୟକ୍ଷ ଭାର ସମ୍ଭାଳିଥିବା ଘୋଷଣା କରି ଔପଚାରିକତା ପୂରଣ କରିବେ । ଏଥିସହ ଜି-୨୦ର ଅନୁଷ୍ଠାନିକ ଟୁଇଟର ହ୍ୟାଣ୍ଡଲ ମଧ୍ୟ ଭାରତ ନିୟନ୍ତ୍ରଣକୁ ଆସିଯିବ । ଗତ ମାସରେ ଇଣ୍ଡୋନେସିଆର ବାଲିରେ ହୋଇଥିବା ଜି-୨୦ ସମ୍ମିଳନୀରେ ଏହି ସମୂହର ପ୍ରତୀକ କାଠର ହାତୁଡିକୁ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଥିଲା । ଆଜିଠାରୁ ଜି୨୦ର ଅଧ୍ୟକ୍ଷ ପଦରେ ଭାରତ ବସିବ । ଦାୟିତ୍ୱ ମିଳିବାର ପ୍ରଥମ ସପ୍ତାହରେ ଭାରତ ଅଧ୍ୟକ୍ଷତାରେ ଜି-୨୦ ଦେଶର ବୈଠକ ମଧ୍ୟ ହେବ ।
    ଡିସେମ୍ବର ୪ରୁ ୭ ତାରିଖ ଯାଏଁ ରାଜସ୍ଥାନର ଉଦୟପୁର ଆୟୋଜିତ ହେବ । ଏହାଛଡା ଆସନ୍ତା ଦୁଇ ମାସ ଭିତରେ ମୁମ୍ବାଇ, କୋଲକାତା, ପୁଣେ, ବାଙ୍ଗାଲୋର, ଆଦି ସହରରେ ୭ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରାଯିବା କାର୍ୟ୍ୟସୂଚୀ ରହିଛି । ମିଳିଥିବା ସୂଚନା ଅନୁସାରେ ଦେଶର ୫୦ଟି ସହରରେ ୨ଶହ ବୈଠକ କରିବାକୁ ଯୋଜନା ହୋଇଛି । ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ତୁଲାଇବା ନେଇ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଜି୨୦ର ଲୋଗୋ, ଥିମ ଓ ୱେବସାଇଟ ଉନ୍ମୋଚନ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook