Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ଲକ୍ଷଣ ଥିବା ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତ, ନଚେତ୍ ବରବାଦ ହୋଇଯିବେ

    Share on :
    ajab-Image
    Date: Oct 12, 2021    Views: 2964


    ଦୁନିଆରେ ଏମିତି ମଣିଷ ଅଛନ୍ତି, ଯେଉଁମାନେ ଅତି ନିକଟତର ବନ୍ଧୁ ହୋଇଥାନ୍ତି । କିନ୍ତୁ ଭିତରେ ଶତ୍ରୁ ଅପେକ୍ଷା ଅଧିକ ଭୟଙ୍କର ହୋଇଥାନ୍ତି । ଯାହାଦ୍ୱାରା ଆପଣ ଅନେକ ଧୋକା ପାଇଥାନ୍ତି ଓ ଆପଣଙ୍କ ଜୀବନରେ ତାହା ଅନେକ କୁପ୍ରଭାବ ପକାଇ ଥାଏ । ସେଥିପାଇଁ ବିଶିଷ୍ଟ ଶାସ୍ତ୍ରବିତ୍ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କିଛି ଲକ୍ଷଣ ଗୁଡିକୁ ବର୍ଣ୍ଣନା କରିଛନ୍ତି ଓ ସେହି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରାହିବାକୁ ପରାମର୍ଶ ଦେଇଛନ୍ତି ।
    -ଚାଣକ୍ୟଙ୍କ ନୀତିଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିମାନେ ତୁମ ଆଗରେ ତୁମକୁ ଆବଶ୍ୟକତା ଠାରୁ ଅଧିକ ପ୍ରଶଂସା କରୁଛନ୍ତି ଓ ମଧୁର କଥା କୁହନ୍ତି, ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହିଭଳି ବ୍ୟକ୍ତି ସୁଯୋଗ ପାଇବା ମାତ୍ରେ କ୍ଷତି କରିଥାନ୍ତି । ସେମାନେ ଶତ୍ରୁ ଅପେକ୍ଷା ଅଧିକ ଭୟଙ୍କର ହୋଇଥାନ୍ତି ।
    -ଯେଉଁ ଲୋକମାନେ ନିଜ ଆବଶ୍ୟକତା ସମୟରେ ତୁମକୁ ଖୋଜିଥାନ୍ତି, ସେମାନଙ୍କ ସହ ଆଦୌ ମିଶନ୍ତୁ ନାହିଁ କାରଣ ସେମାନେ ସ୍ୱାର୍ଥବାଦୀ ହୋଇଥାନ୍ତି । ନିଜ କାର୍ଯ୍ୟ ହାସଲ ପାଇଁ ସେମାନେ ଯେକୌଣସି ସ୍ତରରେ ପହଞ୍ଚି ଯିବେ ଓ ଆପଣଙ୍କୁ ବିପଦରେ ମଧ୍ୟ ପକାଇ ପାରନ୍ତି ।
    -ଅନ୍ଧ ଭାବରେ ଜଣେ ବନ୍ଧୁଙ୍କୁ ବିଶ୍ୱାସ କରିବା ଠିକ୍ ନୁହେଁ । ଗୁପ୍ତ କଥା ତାଙ୍କୁ କହିବା ଉଚିତ୍ ନୁହେଁ । କାରଣ ଯେତେବେଳେ ବନ୍ଧୁତାରେ ଝଡ ସୃଷ୍ଟି ହୁଏ, ସେତେବେଳେ ଏହିପରି ବନ୍ଧୁମାନେ ତୁମର ରହସ୍ୟ ଅନ୍ୟମାନଙ୍କୁ କହିପାରନ୍ତି ।
    -ବନ୍ଧୁତାରେ ଯିଏ ଧନୀ, ଗରିବ ବାଛ ବିଚାର କରନ୍ତି, ସେମାନଙ୍କ ସହ କେବେବି ବନ୍ଧୁତା ରଖନ୍ତୁ ନାହିଁ ।    

      

     

    Maximum 500 characters

    ବିଶେଷ View all

    Find Us on Facebook