Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ସ୍ୱାଧୀନତା ସଂଗ୍ରାମରେ କିଏ ଓଡିଶାର ପ୍ରଥମ ଶହୀଦ?

    Share on :
    ajab-Image
    Date: Jun 4, 2022    Views: 3841

    ଭୁବନେଶ୍ୱର: ଇଂରେଜ ମାନଙ୍କ ବର୍ବର କାଣ୍ଡରୁ ମୁକ୍ତି ପାଇଁ ରାହା ଖୋଜୁଥିଲା ସାରା ଭାରତ । ଭାରତ ମାତାର ମୁକ୍ତି ପାଇଁ ତାର ଯୋଗ୍ୟତମ ସନ୍ତାନ ମାନେ ନିଜ ଜୀବନକୁ ପଣ କରି ସ୍ୱାଧୀନତା ସଂଗ୍ରାମର ନିଆଁରେ ଡେଇଁ ପଡିଲେ । ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଇଂରେଜ ଶାସକଙ୍କ ଜୁଲମଗିରିରେ ଅତିଷ୍ଟ ହୋଇ ଚାରିଆଡେ ବିଦ୍ରୋହର ନିଆଁ ଜଳି ଉଠିଲା । ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି ଅନେକ ଲୋକ କାରାବରଣ କଲେ ଓ ଅନେକ ଫାଶି ଓ ଗୁଳି ମାଡରେ ଟଳି ପଡିଲେ । ଓଡିଶା ମୁକ୍ତି ସଂଗ୍ରାମର ପ୍ରଥମ ଶହୀଦ ଥିଲେ ଜୟୀ ରାଜଗୁରୁ । ସେ ମାତୃଭୂମି ପାଇଁ ନିଜ ଜୀବନକୁ ଉସôର୍ଗ କରି ଦେଇଥିଲେ । ଇଂରେଜମାନେ ବହୁ ଅଞ୍ଚଳକୁ ଅକ୍ତିଆରକୁ ଆଣି ସାରିବା ପରେ ଖୋର୍ଦ୍ଧା ଗଡକୁ ଦଖଲ କରିବା ପାଇଁ ଚେଷ୍ଠା କରିଥିଲେ ଓ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କୁ ଏକ ଧମକ ପୂର୍ଣ୍ଣ ଚିଠି ଲେଖିଥିଲେ ।

    ମୁକୁନ୍ଦ ଦେବଙ୍କ ଅଭିଭାବକ ଭାବେ କାର୍ଯ୍ୟ କରୁଥିବା ଜୟୀ ରାଜଗୁରୁ ଏହି ଚିଠି ପଢି ତାତି ଉଠି ଗର୍ଜନ କରିଥିଲେ । ଏହପରେ ଇଂରେଜ ମାନଙ୍କ ହୁକୁମ ନମାନିବାରୁ ଇଂରେଜ ମାନେ ପାଇକ କୂଳକୁ ଧ୍ୱଂସ କରିବା ପାଇଁ ଷଡ ଯନ୍ତ୍ର କରିଥିଲୋ ଓ ପାଇକ ମାନଙ୍କ ଜମି ଉପରେ କର ବସାଇଥିଲେ  । ଏଥିପାଇଁ ପାଇକ କୂଳ ଯୁଦ୍ଧକୁ ଡେଇଁ ପଡିଲେ । ଏହାପରେ ୧୮୦୪ ମସିହା ନଭେମ୍ବର ୨୨ ତାରିଖ ଦିନ ଇଂରେଜମାନେ ଖୋର୍ଦ୍ଧା ଆକ୍ରମଣ କରିଥିଲେ । କିନ୍ତୁ କିଛି ବିଶ୍ୱାସ ଘାତକ ଲୋକମାନଙ୍କ ପାଇଁ ଜୟୀ ରାଜଗୁରୁ ଓ ଦିଗମ୍ବର ଭୂୟାଁ ଶତ୍ରୁ ହାତରେ ଧରା ପଡିଥିଲେ ।

    ଇଂରେଜ ମାନଙ୍କ ଆଗରେ ମୁଣ୍ଡ ନୁଆଁଇବା ପାଇଁ ସେ ମନା କରିଦେଇଥିଲେ ଓ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଲେ କି ବାହାଡ ଉପରେ ପଦ୍ମ ଫୁଟିଲେ ଓଡିଆ ପୁଅ ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଥିଲେ । ଏହା ଶୁଣି  ସିପାହି ମାନେ ରାଜଗୁରୁଙ୍କ ମୁଣ୍ଡ ତଳକୁ କରି ଛାତରେ ଲଟକାଇ ନିଆଁ ଲଗାଇ ଦେଇଥିଲେ । ତଥାପି ରାଜଗୁରୁ ତାଙ୍କ ଭୁଲ୍ ସ୍ୱିକାର ନକରିବାରୁ ମେଦିନା ପୁର ବାଘ ତୋଟାରେ ୧୮୦୬  ଡିସେମ୍ବର ୬ ତାରିଖରେ ଇଂରେଜମାନେ ତାଙ୍କୁ ଗୋଟିଏ ବରଗଛର ଦୁଇଟି ଡାଳକୁ ଟାଣି ତାଙ୍କ ଦୁଇ ଗୋଡକୁ ବାନ୍ଧି ଡାଳ ଦୁଇଟିକୁ ଛାଡି ଦେଇଥିଲେ । ଫଳରେ ନିମିଷକ ମଧ୍ୟରେ ଦୁଇଫାଳ ହୋଇଯାଇଥିଲେ ପାଇକ ସିଂହ ଜୟୀ ରାଜଗୁରୁ । 

    Maximum 500 characters

    ଆମ ସମସ୍ୟା View all

    Find Us on Facebook